Odisha Link
Bridging the Missing Links in Odisha

କୋଲକାତାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ସେମାନଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ଅନୁସାରେ, ଗତକାଲି ଏକ ଇନୋଭା ଗାଡ଼ିରେ ୮ଜଣ ସାଙ୍ଗ ହାୱଡ଼ା ଅଞ୍ଚଳରେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ। ତେବେ ଭୋଜିରେ ଯୋଗ ଦେଇ ଫେରିବା ବାଟରେ ଧୂଲାଗଡ଼ ନିକଟରେ କୌଣସି ଏକ ଅଜଣା ଟ୍ରକ୍‌ ସହ ଦୁର୍ଘଟଣା ହୋଇଥିଲା।
ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଓ କିପରି ଘଟିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ମୃତାହତ କୌଣସି ଏକ କଲେଜର ଛାତ୍ରମାନେ ବୋଲି ଅନୁମାନ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Comments are closed.