Odisha Link
Bridging the Missing Links in Odisha

ନବରଙ୍ଗପୁରରୁ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ୧୨ ଜଣ ଦାଦନ ଶ୍ରମିକଙ୍କୁ ନବରଙ୍ଗପୁର ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ଏଥିସହ ଶ୍ରମିକମାନଙ୍କୁ ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ପୁଲିସ୍ ଅଟକ ରଖିଛି। ଉଦ୍ଧାର ଶ୍ରମିକଙ୍କ ଘର ଉମରକୋଟ, ତେନ୍ତୁଳିଖୁଣ୍ଟି ବ୍ଲକ ଓ କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏମାନଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ପୁଲିସ୍‌ ଉମରକୋଟରୁ ବିଶାଖପାଟଣା ଯାଉଥିବା ଏକ ବସ୍‌କୁ ଯାଞ୍ଚ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା।
ସୂଚନା ଅନୁସାରେ, ସମସ୍ତ ଶ୍ରମିକଙ୍କୁ ଚେନ୍ନାଇ ଓ ତ୍ରିପୁରାକୁ ଚାଲାଣ କରାଯାଉଥିଲା। ସମସ୍ତ ଶ୍ରମିକଙ୍କ ପରିବାରକୁ ପୁଲିସ୍‌ ପକ୍ଷରୁ ଖବର ଦିଆଯାଇଛି। ତେବେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବରଙ୍ଗପୁର ଥାନା ଅଧିକାରୀ କହିଛନ୍ତି।

Comments are closed.