Odisha Link
Bridging the Missing Links in Odisha

ବାଇକ୍କୁ ଧକ୍କାଦେଲା ବୋଲେରୋ

ଉଦଳା : କଲେଜ ଯାଉଥିବା ବେଳେ ବାଇକ୍ କୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଭୂମି କଲେଜରେ ପଢୁଥିବା ୩ ଜଣ ଛାତ୍ର ଏକ ବାଇକରେ ଉଦଳାରୁ ଡୁକୁରା କଲେଜକୁ ଯାଉଥିଲେ । ପାଟପୁର ନିକଟ ପଟ୍ରୋଲ୍ ପମ୍ପରେ ପଟ୍ରୋଲ୍ ପକାଇ ଛାତ୍ରମାନେ ବାଇକରେ ବାହାରିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବାଇକକୁ ପିଟିଥିଲା । ଘଟଣାସ୍ଥଳରେ ବାଇକରେ ଥିବା ତିନି ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ବୋଲୋରୋଟି ଦ୍ରୁତ ଗତିରେ ଫେରାର ହୋଇଯାଇଛି । ଗୁରୁତର ଯୁବକମାନେ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Comments are closed.