Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଆମେରିକାରୁ ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସିଛି ଆମେରିକାରୁ ଚିଠି। ଏହି ଚିଠି ଦେଇଛନ୍ତି ଉତ୍ତର ଆମେରିକାଜ୍ ସୋଶାଇଟି ଅଫ୍‌ ଆମେରିକା (ଓଏସଏ)। ଏହି ଓଏସଏ ସୋଶାଇଟି ଉତ୍ତର ଆମେରିକାରେ ବାସ କରୁଥିବା ଓଡ଼ିଆ ମାନଙ୍କୁ ନେଇ ଗଠିତ ହୋଇଛି। ଓଏସଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଓଡ଼ିଶା ସାର୍ବଜନୀନ ଲାଇବ୍ରେରୀ ଆଇନ୍‌ ୨୦୦୧ ଦ୍ବାରା ଅତ୍ୟାଧୁନିକ ଲାଇବ୍ରେରୀ ସିଷ୍ଟମ ଓଡ଼ିଶାରେ ଶୀଘ୍ର ଲାଗୁ କରିବା ପାଇଁ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ଅତ୍ୟାଧୁନିକ ଲାଇବ୍ରେରୀ ସିଷ୍ଟମ ଆମେରିକାରେ ଅଛି। ଏହି ଲାଇବ୍ରେରୀ ସିଷ୍ଟମ ଦ୍ବାରା ଓଡ଼ିଆ ଲୋକ ନିଜେ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ହେବା ସହିତ ଏକ ମଜଭୁତ ସଂପ୍ରଦାୟ ଗଠନ କରି ପାରିବେ ଏବଂ ସମାଜରେ ସୁଧାର ଆସିବ ବୋଲି ଓଏସଏ ପକ୍ଷରୁ କୁହାଯାଇଛି।

ଓଡ଼ିଶାର ସାମାଜିକ ଆର୍ଥିକ ସ୍ଥିତି , ସାଂସ୍କୃତିକ ଏବଂ ଶିକ୍ଷା ପ୍ରଣାଳୀ ଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ଏବଂ ଏହି ପ୍ରସଙ୍ଗରେ ଓଏସଏ ଓଡ଼ିଶାରେ ଏଭଳି ବ୍ୟବସ୍ଥା ଲାଗୁ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବ ବୋଲି ଓଏସଏର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି କହିଛନ୍ତି।

ଏହା ସହ ସାର୍ବଜନିକ ପୁସ୍ତକାଳୟ ସବୁଠାରୁ ବଡ଼ ଲୋକତାନ୍ତ୍ରିକ ସଂସ୍ଥା ଅଟେ। ଶିଶୁ ସାକ୍ଷରତା, ଡିଜିଟାଲ ସାକ୍ଷରତା, ଶିକ୍ଷା, ସ୍ବାସ୍ଥ୍ୟ ଓ କଲ୍ୟାଣ, କୌଶଳ ବିକାଶ, ନିଯୁକ୍ତି, ଇ-ଶାସନନୀତି, ନଗରୀୟ ନିୟୁକ୍ତ, ଇ-କମର୍ସ, ସାମାଜିକ ବ୍ୟବସ୍ଥା ଏବଂ ଲୋକତନ୍ତ୍ରିକ ବ୍ୟବସ୍ଥା ସହ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ। ଏତଦ ବ୍ୟତୀତ ସାର୍ବଜନିକ ପୁସ୍ତକାଳୟ ୟୁନାଇଟେଡ ନେଶନ ୨୦୩୦ ଭିଜନ ଏବଂ ପୋଷଣୀୟ ବିକାଶ ଲକ୍ଷ୍ୟକୁ ସମର୍ଥନ କରିବୁ ଯାହାର ଉଦ୍ଦେଶ୍ୟ ଗରୀବିର ସମସ୍ତ ରୂପକୁ ସମାପ୍ତ କରିବା। ଆମେ ଠିକ୍‌ ଏହି ଉଦ୍ଦେଶ୍ୟ ସହିତ ଓଡ଼ିଶାର ବ୍ରହ୍ମପୁର ଠାରେ ପ୍ରଥମ ଡିଜିଟାଲ ସାର୍ବଜନୀନ ଲାଇବ୍ରେରୀ ସ୍ଥାପନା ନିମନ୍ତେ ଆମର ପୂର୍ବ ପ୍ରସ୍ତାବ ସମର୍ଥନ ପାଇଁ ଆମେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ ବୋଲି ଓଏସଏ ପକ୍ଷରୁ କୁହାଯାଇଛି। କିନ୍ତୁ ଦୀର୍ଘ ବର୍ଷ ଧରି ଏଭଳି କାର୍ଯ୍ୟ ହୋଇ ପାରିନାହିଁ। ଯାହାଫଳରେ ରାଜ୍ୟର ହିତ ଏବଂ ବିକାଶରେ ବାଧା ସୃଷ୍ଟି ହେଉଛି।  ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଶୀଘ୍ର କାମ ଆରମ୍ଭ କରନ୍ତୁ ବୋଲି ଓଏସଏ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଏହି ପତ୍ରରେ ଉଲ୍ଲେଖ କରିଛନ୍ତି।

Letter to CM 6-29-2019(1)

Comments are closed.