Odisha Link
Bridging the Missing Links in Odisha

ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁ ମୃତ୍ୟୁର ଅଭିଯୋଗ

ସୋର : ଚିକିତ୍ସାରେ ଅବହେଳାରୁ ମା’ ଗୁରୁତର ହୋଇଥିବାବେଳେ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା କମାଣପୁରର ମନୋଜ ଶଙ୍ଖୁଆଙ୍କ ସ୍ତ୍ରୀ ଜୟନ୍ତୀ ଡାକ୍ତରଖାନାରେ ୯ ଘଣ୍ଟା ଆଡମିଟ୍ ହେବା ପରେ ମୃତ ଶିଶୁ ଜନ୍ମ ନେଇଥିଲା । ଚିକିତ୍ସାରେ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟା ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Comments are closed.