Odisha Link
Bridging the Missing Links in Odisha

୬ ରାଜ୍ୟର ରାଜ୍ୟପାଳ ବଦଳିଲେ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଦେଶର ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି କେନ୍ଦ୍ର ମଧ୍ୟପ୍ରଦେଶ , ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ନାଗାଲାଣ୍ଡ ରାଜ୍ୟରେ ୬ଜଣ ରାଜ୍ୟପାଳଙ୍କୂୁ ନିଯୁକ୍ତି ଦିଆଯାଇଛି। ମଧ୍ୟ ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ଙ୍କୁ ଉତ୍ତର ପ୍ରଦେଶରେ ରାଜ୍ୟପାଳ ଭାବେ ନୂତନ ନିଯୁକ୍ତି ମିଳିଛି। ସେହିପରି ବିହାର ରାଜ୍ୟପାଳ ଲାଲଜୀ ଟଣ୍ଡନ ମଧ୍ୟ ପ୍ରଦେଶର ରାଜ୍ୟପାଳ ହୋଇଛନ୍ତି। ବିହାରର ନୂତନ ରାଜ୍ୟପାଳଭାବେ ଫଗୁ ଚୌହ୍ୱାନଙ୍କୁ ନିଯୁକ୍ତି ମିଳିଛି।ସେହିପରି ଜଗଦୀପ ଧନଖାର ପଶ୍ଚିମବଙ୍ଗ ରାଜ୍ୟପାଳ ହୋଇଛନ୍ତି। ରମେଶ ବୈଶଙ୍କୁ ତ୍ରିପୁରାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏହା ସହିତ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ଆର୍‌.ଏନ୍‌. ରବି।

Comments are closed.