Odisha Link
Bridging the Missing Links in Odisha

ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ ବିଶ୍ବଭୂଷଣ

ବିଜୟୱାଡ଼ା : ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ। ସେଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଚାଗରାଇ ପ୍ରବୀଣ କୁମାର ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ବିଶ୍ୱଭୂଷଣ ୨୩ରେ ଭୁବନେଶ୍ୱରରୁ ସିଧା ତିରୁମାଲଯାଇ ଭଗବାନ ଭେଙ୍କେଟେଣ୍ୱରଙ୍କୁ ଦର୍ଶନ କରିବେ। ସେଠାରୁ ସେ ବିଜୟୱାଡା ଯାଇ ପରଦିନ ଶପଥ ଗ୍ରହଣ କରିବେ।

ଏହି ଅବସରରେ ରାଜ୍ୟ ସରକାର ସୂର୍ଯ୍ୟରାଓପେଟା ସ୍ଥିତ ପୁରାତନ ଜଳସମ୍ପଦ ବିଭାଗ କାର୍ଯ୍ୟରେ ପୁନର୍ନିମାଣ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସ ଭାବେ କିଛି ଦିନ ବ୍ୟବହୃତ ହୋଇଥିବା ଏହି କୋଠାକୁ ଏବେ ରାଜଭବନ ଭାବେ ବ୍ୟବହାର କରାଯିବ। ସେଠାରେ ନୂଆ ରାଜ୍ୟପାଳଙ୍କ ଅବସ୍ଥାନ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଏହି କୋଠାର ତଳ ମହଲା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ଉପର ମହଲାରେ ସେ ଅବସ୍ଥାନ କରିବେ। ରାଜ୍ୟପାଳଙ୍କ ସଚିବ ଭାବେ ଆଦିବାସୀ କଲ୍ୟାଣ ବିଭାଗ ସଚିବ ମୁକେଶ କୁମାର ମୀନାଙ୍କୁ ରାଜ୍ୟ ସରକାର ନିଯୁକ୍ତି କରିଛନ୍ତି। ଆନ୍ଧପ୍ରଦେଶ ବିଭାଜନ ପରେ ହାଇଦରାବାଦ ସ୍ଥିତ ଏହାର ରାଜଭବନ ତେଲେଙ୍ଗାନା ଭାଗରେ ପଡ଼ିଥିଲା। ଉଭୟ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଆସୁଥିବା ଇଏସଏଲ ନରସିଂହା ସେଠାରେ ଅବସ୍ଥାନ କରୁଛନ୍ତି। ବିଭାଜିତ ଆନ୍ଧ୍ରପ୍ରଦେଶର ନୂଆ ରାଜଭବନ ନିର୍ମାଣ ହୋଇନାହିଁ।

Comments are closed.