Odisha Link
Bridging the Missing Links in Odisha

ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଜଣଙ୍କୁ ଗିରଫ କଲା ପୁଲିସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅଞ୍ଚଳର ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବୀରମିତ୍ରପୁର ଥାନା ପୁଲିସ ନିକଟସ୍ଥ ହରପାଲି ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ତେବେ ଅନ୍ୟ ୩ ଫେରାର ଅଛନ୍ତି। ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ୮ ତାରିଖରେ ଗଣଦୁଷ୍କର୍ମ ନେଇ ଥାନାରେ ଦିଆଯାଇଥିଲା ଏତଲା। ଗଣଦୁଷ୍କର୍ମର ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସହଯୋଗୀ ମୁକେଶ ଏକ୍କାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ରମେଶ ଏକ୍କା ଗିରଫ ହୋଇଥିଲା।
ସୂଚନା ଅନୁସାରେ, ନାବାଳିକା ଜଣକ ଘରକୁ ଫେରୁଥିବବେଳେ ଏକତରଫା ପ୍ରେମ କରୁଥିବା ରମେଶ ଏକ୍କା ନାମକ ଯୁବକ ନାବାଳିକା ଜଣଙ୍କୁ ବୁଲେଇନେବା ବାହାନାରେ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣା ନେଇ ନାବାଳିକା ଜଣକ ଘରଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ସେପଟେ ହେମଗିରି ଥାନା ଗୋପାଳପୁର କଲୋନୀ ପଡ଼ାରେ ନାବାଳିକା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ କୁଲଦୀପ। ସେ ଗୋପାଳପୁର ଅଞ୍ଚଳରେ ଏମସିଏଲ କୋଇଲା ଖଣିର ପାଣି ଟ୍ୟାଙ୍କରରେ କାମ କରୁଥିଲା। ଦୁଷ୍କର୍ମ ପରେ ପୀଡ଼ିତାକୁ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଥିଲା।

Comments are closed.