Odisha Link
Bridging the Missing Links in Odisha

ନବୀନଙ୍କ ଭିଡ଼ିଓ ଭାଇରାଲ, ଦେଖନ୍ତୁ

ଭୁବନେଶ୍ବର: ଗୋଟିଏ ପଟେ ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଉଭୟ ବିଜେଡ଼ି ବିଜେପି ପ୍ରାର୍ଥୀ ଚିନ୍ତାରେ ଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରା ବିନ୍ଦାସ ଥିବାର ଦେଥିବାକୁ ମିଳିଛି। ପାଟକୁରାରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟ ହୋଇଛନ୍ତି। ଅପରପକ୍ଷେ ନବୀନଙ୍କ ଏକ ଫିଟନେସ୍‌ ଭିଡ଼ିଓ ଭାଇରାଲ ହୋଇଛି। ଯାହା ଏବେ ସୁବୁଠାରୁ ଚର୍ଚ୍ଚାର ବିଷୟ।

ଗୋଟିଏ ପଟେ ପାଟକୁରା ଭୋଟ ଗଣତି ଚାଲି ଥିବାବେଳେ ଅନ୍ୟପଟେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଜଗିଙ୍ଗ କରିବାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଭିଡ଼ିଓଟିରେ ଏକ ଗଣମାଧ୍ୟମ ଚ୍ୟାନଲରେ ପାଟକୁରା ଲାଇଭ୍‌ ଅପଡେଟ୍‌ ଚାଲିଛି ଆଉ ଏହାରି ମଧ୍ୟରେ ନବୀନ ଜଗିଙ୍ଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନ ପୂର୍ବରୁ ଠିକ୍‌ ଏଭଳି ଏକ ଫିଟନେସ୍‌ ଭିଡ଼ିଓ ସୋଶିଆଲ ମିଡ଼ିଆରେ ଘୁରି ବୁଲିଥିଲା। ଆଉ ଏବେ ପାଟକୁରା ନିର୍ବାଚନ ଫଳାଫଳ ପରେ ଏହି ଫିଟନେସ୍‌ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Comments are closed.