Odisha Link
Bridging the Missing Links in Odisha

ସାବିତ୍ରୀଙ୍କୁ ବିଜେଡ଼ି ସୁପ୍ରିମୋ ଦେଲେ ଶୁଭେଚ୍ଛା

ଭୁବନେଶ୍ବର : ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଜେଡିର ପାଟକୁରା ବିଜୟ ପରେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ନବୀନ ନିଜ ଧନ୍ୟବାଦ ଟ୍ୱିଟରେ ଓଡିଶାବାସୀଙ୍କ ସହଯୋଗ ଲୋଡିଛନ୍ତି । ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ସହଯୋଗ ଓ ଭଲପାଇବା ସର୍ବଦା ଗୁରୁତ୍ୱ ବହନ କରେ । ତେବେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦିନରାତି ଏକ କରି ବିଜେଡିର ସମ୍ମାନ ରକ୍ଷା ପାଇଁ ପରିଶ୍ରମ କରିଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ନବୀନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Comments are closed.