Odisha Link
Bridging the Missing Links in Odisha

ଶାମିଙ୍କୁ ମିଳିଲାନି ଆମେରିକା ଭିସା, ତାପରେ କଣ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆମେରିକା ଭିସା ମନା। ଶାମିଙ୍କ ନାଁରେ ତାଙ୍କ ପତ୍ନୀ ହସିନ ଜାହାନ ଘରୋଇ ହିଂସା ଭଳି ସଙ୍ଗିନ୍ ଅଭିଯୋଗ ଆଣିଥିବାରୁ, ତାଙ୍କୁ ଆମେରିକା ଯିବାକୁ ଅନୁମତି ମିଳି ନଥିଲା। ତେବେ ଏହି ଘଟଣାରେ ବିସିସିଆଇ ହସ୍ତକ୍ଷେପ କରିବା ପରେ ଶାମିଙ୍କୁ ଆମେରିକା ଯିବାକୁ ଅନୁମତି ମିଳିଛି।

ଶାମିଙ୍କୁ ଆମେରିକାର ଏମ୍ବାସୀ ପକ୍ଷରୁ ଭିସା ନ ମିଳିବାରୁ ବିସିସିଆଇ ସିଇଓ ରାହୁଲ ଜୋହରୀ ଏଥିରେ ହସ୍ତକ୍ଷେପ କରିଥିଲେ। ସେ ଆମେରିକା ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଶାମିଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ସେ ଦେଶ ପାଇଁ କ୍ରିକେଟ ଖେଳିବା ସହ ତାଙ୍କ ସଫଳତା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଏହାପରେ ଆମେରିକା ରାଷ୍ଟ୍ରଦୂତଙ୍କ ପକ୍ଷରୁ ଶାମିଙ୍କୁ ଭିସା ମିଳିଥିଲା।

ଜଣେ ବିସିସିଆଇ ଅଧିକାରୀ କହିଛନ୍ତି, “ପ୍ରାଥମିକ ଅବସ୍ଥାରେ ଶାମିଙ୍କ ଭିସା ଆବେଦନକୁ ଆମେରିକା ରାଷ୍ଟ୍ରଦୂତ ଖାରଜ କରିଥିଲେ। ତାଙ୍କ ପୁଲିସ୍‌ ଭେରିଫିକେସନ୍‌ ଶେଷ ହୋଇ ନଥିବାରୁ ଆମେରିକା ପକ୍ଷରୁ ଭିସା ଦିଆଯାଇ ନଥିଲା। ତେବେ ସବୁ ଆବଶ୍ୟକ କାଗଜପତ୍ର ଠିକ୍‌ ଭାବେ ଉପସ୍ଥାପନ କରାଯିବା ପରେ ଶାମିଙ୍କୁ ଭିସା ମିଳିଛି।” ସୂଚନାଥାଉକି, ୨୦୧୮ ମସିହାରେ ଶାମିଙ୍କ ପତ୍ନୀ ହସିନ ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ।

Comments are closed.