Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଲୋକସଭାରେ ଉପସ୍ଥାପିତ କଲେ ଅମିତ ଶାହା

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଆଗତ ହୋଇଛି। ରାଜ୍ୟସଭା ପରି ଲୋକସଭାରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ସେହିପରି ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଜାମ୍ମୁ-କଶ୍ମୀର ସଂରକ୍ଷଣ(ଦ୍ବିତୀୟ ସଂରକ୍ଷଣ)ବିଲ୍ ୨୦୧୯ ସଂପର୍କରେ ମଧ୍ୟ ଗୃହରେ ଆଲୋଚନା ହେବ ବୋଲି ପ୍ରକାଶ ପାଇଛି। ଗୃହରେ ଏ ନେଇ ବିତର୍କ ଜାରି ରହିଛି।

ଜାମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ସୋମବାର ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଏହି ବିଲ୍‌ ଅନୁସାରେ ଲଦାଖକୁ ଜମ୍ମୁ-କଶ୍ମୀରରୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦିଲ୍ଲୀ ଭଳି ଜାମ୍ମୁ-କଶ୍ମୀର ସ୍ବତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବ। ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ ରହିବ। ପୃଥକ ପତାକା ରହିବ ନାହିଁ ଏବଂ ରାଜ୍ୟରେ କେନ୍ଦ୍ରୀୟ ଆଇନ ଲାଗୁହେବ। ଅନ୍ୟ ପକ୍ଷରେ ଜାମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଓ ୩୫-କ ଧାରାକୁ ଉଚ୍ଛେଦ ପ୍ରସ୍ତାବ ରାଜ୍ୟ ସଭାରେ ଗୃହିତ ହୋଇଛି। ଯାହାକୁ ନେଇ ଦେଶବ୍ୟାପୀ ଆନନ୍ଦ ଏବଂ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments are closed.