Odisha Link
Bridging the Missing Links in Odisha

ଧାରା ୩୭୦ ଉଚ୍ଛେଦ ପାଇଁ ବର୍ଷେ ତଳୁ ହୋଇଥିଲା ଯୋଜନା, ପଢନ୍ତୁ କିଭଳି

ନୂଆଦିଲ୍ଲୀ: ୫ ଅଗଷ୍ଟ ୨୦୧୯ ଭାରତ ପାଇଁ ଏକ ଐତିହାସିକ ଦିବସ। କାରଣ ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଧାରା ୩୭୦କୁ ଉଚ୍ଛେଦ କରିଥିଲେ ସରକାର। ଏଥିସହିତ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଯିବ। ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବାର ବିଲ ପାସ୍‌ କରିଛନ୍ତି ସରକାର। ଏସବୁ ଗୃହରେ ଅମିତ ଶାହ କହିବା ପରେ ଯାଇ ଜଣାପଡ଼ିଥିଲା। ଏହାପରେ ସାରା ଦେଶରେ ମୋଦି ଶାହଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା। ଯାହା ୭୦ ବର୍ଷରେ ହୋଇ ପାରି ନଥିଲା ମୋଦି-ଶାହ ତାହା କରି ଦେଖାଇଲେ ବୋଲି ଦେଶବାସୀ କହିଥିଲେ। ଏବଂ ଏହା ସୋଶିଆଲ ମଡ଼ିଆରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଲୋକ କହିବା କଥାବି ଠିକ୍। ମୋଦି-ଶାହ ଏହି ଗରୁତ୍ବପୂର୍ଣ୍ଣ ନିଷତ୍ତି କେବଳ ଏକା ନେଇ ନାହାନ୍ତି। ତାଙ୍କ ସହିତ ଆହୁରି ଲୋକ ମଧ୍ୟ ଅଛନ୍ତି। ଯିଏକି ପରଦା ପଛପଟେ ନିଜର କର୍ତ୍ତବ୍ୟ କରିଥିଲେ। ତେବେ ଆସନ୍ତୁ ଜାଣିବା ପରଦା ପଛର ନାୟକଙ୍କ କଥା।


ସ୍ୟତପାଲ ମଲ୍ଲିକ:
ବର୍ତ୍ତମାନ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଅଛନ୍ତି ସତ୍ୟପାଲ ମଲ୍ଲିକ। ଜମ୍ମୁ-କଶ୍ମୀରରେ ବିଧାନସଭା ଭାଙ୍ଗିବା ପରେ ପୁରା ପ୍ରଶାସନ ଏବେ ସତ୍ୟପାଲଙ୍କ ଅଧିନରେ। ୨୦୧୮ ଅଗଷ୍ଟରେ ସତ୍ୟପାଲଙ୍କୁ ଜମ୍ମୁ-କଶ୍ମୀରର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହି ସମୟରେ ସତ୍ୟପାଲଙ୍କ ନିଯୁକ୍ତିକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଯେବେଠୁ ସତ୍ୟପାଲ ମଲ୍ଲିକ ରାଜ୍ୟପାଳ ହେଲେ ସେବେଠୁ ଧାରା ୩୫(ଏ)କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଥିସହିତ କଶ୍ମୀରବାସୀଙ୍କୁ ଆଶ୍ବସନା ଦେଉଥିଲେ ସତ୍ୟପାଲ। ଯାହା ବି ହେଉଛି ସାମାନ୍ୟ ଏଥିପାଇଁ ଆପଣ ଚନ୍ତିତ ହୁଅନ୍ତୁ ନାହିଁ। ଯାହାବି ନିଷ୍ପତ୍ତି ନିଆଯିବ ତାହା କୁହାଯାଇ ନିଆଯିବ ବୋଲି ସତ୍ୟପାଲ କହୁଥିଲେ। ସୂଚନାଥାଉକି ୨୦୦୪ ମସିହାରେ ସତ୍ୟପାଲ ମଲ୍ଲିକ ବିଜେପିରେ ଯୋଗ ଦେଇଥିଲେ।

ଅଜିତ ଡୋଭାଲ:
ଧାରା ୩୭୦ ଉଚ୍ଛେଦରେ କେନ୍ଦ୍ର ସକରାରଙ୍କ ହାତ ଯେତିକି ରହିଛି ସେତିକି ଅଜିତ ଡୋଭଲଙ୍କ ହାତ ଅଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ଅଜିତ। କଶ୍ମୀର ଉପରେ ନିଷ୍ପତ୍ତି ନିଆଗଲା ପରେ କଶ୍ମୀରରେ ଯେମରିକି କିଛି ଅସୁବିଧା ନହୁଏ ସେଥିପାଇଁ ଆଗରୁ ଅଧିକା ଜବାନ ମୁତୟନ ହୋଇଛନ୍ତି କଣ୍ମୀରରେ। କଶ୍ମୀର ଅଞ୍ଚଳରେ ୧୪୪ ଧାରା ଲାଗୁ, ଇଣ୍ଟରନେଟ ସେବା ବନ୍ଦ କରିବା ଏବଂ ବଡ଼ ବଡ଼ ନେତାଙ୍କୁ ଗୃହବନ୍ଦୀ କରିବାରେ ଅଜିତଙ୍କ ଭୂମିକା ବେଶ ଗରୁତ୍ବପୂର୍ଣ୍ଣ। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଅଜିତଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା।

କେ ବିଜୟ କୁମାର:
କେ ବିଜୟ କୁମାର ତାମିଲନାଡ଼ୁ କ୍ୟାଡ଼ରର ଆଇପିଏସ୍‌ ଅଫିସର। ସେ ବର୍ତ୍ତମାନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ସେ ଜଙ୍ଗଲ ଦସ୍ୟୁ ବୀରାପାନ କୁ ମଧ୍ୟ ଏନକାଉଣ୍ଟର କରିଥିଲେ। ବିଜୟ କୁମାର ମଧ୍ୟ ଜାତୀୟ ମୁଖ୍ୟ ପରାମର୍ଶ ଦାତା ଅଜିତଙ୍କ ଖାସ୍‌ ଗ୍ରପୁରେ ସାମିଲ ମଧ୍ୟ ଅଛନ୍ତି। ଏହି ଧାରା ଉଚ୍ଛେଦ ପଛରେ କେ ବିଜୟ କୁମାରଙ୍କ ବଳିଷ୍ଠ ଯୋଗଦାନ ରହିଛି ବୋଲି ପ୍ରକାଶ ପାଇଛି।


ରାମ ମାଧବ:
ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ମହାସଚିବ ଅଛନ୍ତି ରାମ ମାଧବ। ୨୦୧୪ ପୂର୍ବରୁ ସେ ସଂଘର ରାଷ୍ଟ୍ରୀୟ ପ୍ରବକ୍ତା ଥିଲେ। ଯେବେ ସେ ବିଜେପିରେ ଯୋଗ ଦେଲେ ତାଙ୍କର ଉଦ୍ୟମ ବଳରେ ଜମ୍ମୁ-କଶ୍ମୀରରେ ବିଜେପି ଓ ପିଡ଼ିପି ମଧ୍ୟରେ ମେଣ୍ଟ ସରକାର କରିବାରେ ସଫଳ ହୋଇଥିଲେ ଏବଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯାହାଫଳରେ ମୁଫତି ମହମ୍ମଦ ସଇଦ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ବିଜେପି ନିଜର ସ୍ଥିତିକୁ ସୁଦୃଢ କରିବାରେ ଲାଗିଲା ଏବଂ ଗୋଟେ ଦିନ ମେଣ୍ଟ ସରକାର ଭାଙ୍ଗିବାକୁ ନିଷ୍ପତ୍ତିନେଇଥିଲା। ଯାହାଫଳରେ କଶ୍ମୀର ବିଧାନସଭା ଭାଙ୍ଗି ଯାଇଥିଲା ଏବଂ ଧାରା ୩୭୦ ଉଚ୍ଛେଦ ପାଇଁ ବାଟ ବାହାରି ପାରିଥିଲା ବୋଲି ପ୍ରକାଶ ପାଇଛି।

Comments are closed.