Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ଅତିରିକ୍ତ ଜିଲାପାଳଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏନଏଚ୍ ୫୭ ଚାରିଛକ କଲରାପଠା ନିକଟରେ ସଡ଼କ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲାପାଳଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅତିରିକ୍ତ ଜିଲାପାଳଙ୍କ ନାମ ରମାକାନ୍ତ ସେଠୀ। ସେ ନିଜ କାରରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ଗଛରେ କାରଟିକୁ ପିଟିଦେଇଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ ବୌଦ୍ଧ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.