Odisha Link
Bridging the Missing Links in Odisha

ଶିବବ୍ରତ ସମ୍ମାନ ପାଇଲେ ପ୍ରେମ୍‌ ଆନନ୍ଦ

ଭୁବନେଶ୍ବର : ଓଡ଼ିଆ ସଂଗୀତରେ ଜଣାଶୁଣା ଗୀତିକାର ସ୍ବର୍ଗତ ଶିବବ୍ରତ ଦାସଙ୍କ ୮୯ତମ ଜୟନ୍ତୀରେ ସଂଗୀତ କାର୍ଯ୍ୟକ୍ରମ ‘ସ୍ମୃତିରେ ସ୍ମୃତିରେ ଶିବବ୍ରତ’ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶିବବ୍ରତ ଦାସ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରେମ୍‌ ଆନନ୍ଦଙ୍କୁ ‘ଶିବବ୍ରତ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା‌, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ଶିବବ୍ରତଙ୍କ ସ୍ମୃତିଚାରଣ ସହ ଶିବବ୍ରତ ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ପ୍ରଦାନ ବେଳେ ପ୍ରତିଷ୍ଠାନର ଶିବ ନାରାୟଣ ପଟ୍ଟନାୟକ ଓ ଅସ୍ତିକା ପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ସଂଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ନିର୍ଦେଶନାରେ ସଂଗୀତ ପରିବେଷଣ ହୋଇଥିଲା। ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ ‘ଏଇ ଜୀବନଟା ଏକ ନାଟକ.. ସଂଗୀତ ପରିବେଷଣ ପରେ ‘ମୁଁ ଯେ ଅମୃତ ସାଗର.., ସୁନେଲି ସକାଳେ ଯେବେ ମୁଁ.., ଚିତ୍ରଲେଖା.., ମାଝିରେ.., ଯୋଗୀରେ ଖୋଜୁ କାହିଁ.. ଭଳି ସଂଗୀତ ଭେଟି ଦେଇଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‌, ବିଭୂକିଶୋର, ସୌରଭ ନାୟକ, ମିତାଲି ଚିନାରା, ଛନ୍ଦା ମିଶ୍ର, ଆଦ୍ୟାଶା ଦାସ, ବନ୍ଦିଶ ପାଲିତ, ରଣଦୀପ ପାଲିତ୍‌, ନନ୍ଦିନୀ ମହାନ୍ତି, ପ୍ରଣବ ଜ୍ୟୋତିନାଥ, ଅଶ୍ବିନୀ ମହାନ୍ତି ଓ ବିଦ୍ୟୁତପ୍ରଭା ପାଲିତ ପ୍ରମୁଖ।

Comments are closed.