Odisha Link
Bridging the Missing Links in Odisha

ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ କଣ କହିଲେ ମନମୋହନ

ନୂଆଦିଲ୍ଲୀ: ଦେଶରେ ଦେଖାଯାଉଥିବା ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେ କହିଛନ୍ତି କି, ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ମନୁଷ୍ୟକୃତ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଆଜି ଖରାପ୍ ହୋଇଚି। ତେଣୁ ମାନ୍ଦାବାସ୍ଥାରୁ ମୁକୁଳିବା ପାଇଁ ଅଭିବୃଦ୍ଧି ପ୍ରସଙ୍ଗରେ ରାଜନୀତି ନକରି ଗମ୍ଭୀର ଭାବରେ ଦେଶର ଅର୍ଥନୀତି ବାବଦରେ ଚିନ୍ତା କରିବାକୁ ମୋଦି ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଦୁଇ ଦିନ ତଳେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସ(ଏପ୍ରିଲ-ଜୁନ୍)ର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯେଉଁଥିରେ ଗୋଟିଏ ବର୍ଷ ଭିତରେ ଦେଶର ଅଭିବୃଦ୍ଧି ହାର ୩ ପ୍ରତିଶତ କମିଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ସରକାରରେ ତରବରିଆ ଭାବରେ ନୋଟବନ୍ଦୀ ଏବଂ ଜିଏସଟି ବାବଦରେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ସେ ଆହୁରି କହିଛନ୍ତି ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ପାଖରେ ବିକଳ୍ପ ରହିଛି। ହେଲେ ମୋଦି ସରକାରଙ୍କ ଭୁଲ୍ ନିଷ୍ପତ୍ତି ଅର୍ଥ ବ୍ୟବସ୍ଥାକୁ ଖରାପ କରିଛି। ମାନୁଫାକ୍ଚରିଂ ସେକ୍ଟରରେ ବିକାଶ ହାର ଖସି ୦.୬ରେ ପହଞ୍ଚିଛି। ତେଣୁ ଦେଶର ଅର୍ଥବ୍ୟବସ୍ଥା ଦୀର୍ଘ ସମୟ ପାଇଁ ଖରାପ ରହିବ ବୋଲି ସେ କହିଛନ୍ତି।

Comments are closed.