Odisha Link
Bridging the Missing Links in Odisha

ନବୀନଙ୍କ ନୂଆ ମିଡିଆ ଟିମ୍‌ , ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଜାତୀୟ ମୁଖପାତ୍ର, ମିଡିଆ ଟିମ୍‌ ସଦସ୍ୟ ଓ ପାନେଲିଷ୍ଟଙ୍କ ନାଁ ଘୋଷଣା କରିଛନ୍ତି।
ଜାତୀୟ ମୁଖପାତ୍ର:
ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର, କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ସତ୍ୟନାରାୟଣ ସାହୁ।


ମୁଖପାତ୍ର:
ସେହିପରି ଦଳର ନବନିଯୁକ୍ତ ମୁଖପାତ୍ର ଟିମ୍‌ରେ ୧୪ ଜଣ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଏମ୍‌ପି ସ୍ଥାନ ପାଇଛି। ଏହି ଟିମ୍‌ର ସଦସ୍ୟମାନେ ହେଲେ ବିଧାୟକ ପ୍ରତାପ କେଶରୀ ଦେବ, ଦେବୀ ପ୍ରସାଦ ମିଶ୍ର, ଏମ୍‌ପି ପ୍ରଶାନ୍ତ ନନ୍ଦ, ଏ଼ମ୍‌ପି ରମେଶ ଚନ୍ଦ୍ର ମାଝି, ବିଧାୟକ ବ୍ୟୋମକେଶ ରାୟ, ସୁବାସ ଚୌହାନ, ସୁବାସ ସିଂ, ଆକାଶ ଦାସନାୟକ, ଅନୁଭବ ପଟ୍ଟନାୟକ, ଲେନିନ୍‌ ମହାନ୍ତି, ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର ଓ ଭରଦ୍ୱାଜ ମିଶ୍ର।
ପାନେଲିଷ୍ଟ:
ସେହିପରି ପାନେଲିଷ୍ଟ ତାଲିକାରେ ସାମିଲ ହୋଇଛନ୍ତି ୧୦ ଜଣ। ସେମାନେ ହେଲେ ମିହିର ମହାନ୍ତି, ଡ. ସନ୍ତୋଷ ଲେଙ୍କା, ବିଶ୍ୱଜିତ ମହାନ୍ତି, ସଞ୍ଜୟ ବାବୁ, ଡ.ହରିଶ ଚୌଧୁରୀ, ତପନ ଦାସ, ଦୁର୍ଗା ସାମନ୍ତରାୟ, ପ୍ରିୟବ୍ରତ ମାଝି, ଚକ୍ରଧର ଦାସ ଓ ଓମ୍‌ ପ୍ରକାଶ ସାହୁ।

Comments are closed.