Odisha Link
Bridging the Missing Links in Odisha

ଚିଦାମ୍ୱରମଙ୍କୁ ଝଟକା, ଅଗ୍ରୀମ ଜାମିନ୍ ଦେବାକୁ ମନା କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍। ଆଜି ଇଡି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି।
ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ ସିବଆଇର ହେପାଜତରେ ଅଛନ୍ତି।

ସିବିଆଇ ହେପାଜତରେ ଥିବା ଚିଦାମ୍ୱରମଙ୍କୁ ଏବେ ଇଡି ଗିରଫ୍ କରିପାରିବ। ଦରକାର ପଡ଼ିଲେ ତିହାର ଜେଲ୍ ମଧ୍ୟ ଯାଇପାରନ୍ତି ଚିଦାମ୍ୱରମ୍ ବୋଲି ସୂଚନା ରହିଛି। ଏୟାରସେଲ୍ ମାକ୍ସିସ ଡିଲରେ ଚିଦାମ୍ୱରମ ନିଜ ପଦବୀର ଅପବ୍ୟବହାର କରି ବେଆଇନ ଆର୍ଥିକ ନେଣଦେଣ କରିଥିବା ଇଡି କୋର୍ଟରେ ଦର୍ଶାଇଛି। ଏ ନେଇ ସମ୍ପୂର୍ଣ୍ଣ ପ୍ରମାଣ ରହିଛି ବୋଲି ଇଡି କହିଛି। ଯଦି ଅଗ୍ରୀମ ଜାମିନ୍ ମିଳିଯିବ ଚିଦାମ୍ୱରମଙ୍କୁ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି ବୋଲି କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା।

ଆଜି ସୁପ୍ରିମକୋର୍ଟ ଇଡି ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରି କହିଛନ୍ତି ଚିଦାମ୍ୱରମଙ୍କୁ ଜାମିନ୍ ଦେବା ଠିକ୍ ହେବନି। ଏୟାରସେଲ୍-ମାକ୍ସିସ ମାମାଲରେ ଆର୍ଥିକ ଅପରାଧ ବିଭିନ୍ନ ସ୍ତରରେ ଚିଦାମ୍ୱରମଙ୍କ ନାଁରେ ରହିଛି। ଯଦି ଜାମିନ୍ ଦିଆଯିବ ତାହେଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଚିଦାମ୍ୱରମ୍ ଅଗ୍ରୀମ ଜାମିନ୍ ବଦଳରେ ରେଗୁଲାର ଜାମିନ୍ ପାଇଁ ଆବେଦନ କରିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାମାନେ ଚିଦାମ୍ୱରମଙ୍କ ବିରୋଧରେ ଅଦାଲତରେ କେସ୍ ଡାଏରୀ ଦାଖଲ କରିପାରିବେ।

ସୁପ୍ରିମକୋର୍ଟରେ ଏହି ଶୁଣାଣି ବେଳେ କୋର୍ଟରେ ଚିଦାମ୍ୱରମଙ୍କ ସ୍ତ୍ରୀ ନଳିନୀ ଚିଦାମ୍ୱରମ, ପୁଅ କାର୍ତ୍ତୀ ଚିଦାମ୍ୱରମ୍, ଓକିଲ ଅଭିଷେକ ମନୁ ସିଂହବି ଏବଂ କପିଲ୍ ସିବଲ୍ ଉପସ୍ଥିତ ଥିଲେ।

Comments are closed.