ରାଜଧାନୀ ରାସ୍ତାରେ ଜଳିଗଲା ଭ୍ୟାନ

ଭୁବନେଶ୍ୱର: ପଟିଆସ୍ଥିତ କିମ୍ସ ହସ୍ପିଟାଲ ପଛପଟେ ଆଜି ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ଏକ ମାଲବାହୀ ଭ୍ୟାନ ଜଳି ଯାଇଛି ।
ମିଳିଥିବା ସୂଚନା ଅନୁସାରେ, ମାଲବାହୀ ଭ୍ୟାନଟି କିଛି ରାସାୟନିକ ପଦାର୍ଥ ନେଇ ଯାଉଥିଲା। ଭ୍ୟାନଟି ରାସ୍ତାରେ ଯାଉଥିବା ସମୟରେ ହଠତ୍ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆକୁ ଆୟତ କରିଛି। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ମାଲବାହୀ ଭ୍ୟାନଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି। ନିଆଁ କେଉଁ କାରଣରୁ ନିଆଁ ଲାଗିଛି ତାହ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।