Odisha Link
Bridging the Missing Links in Odisha

ବିଧାୟକଙ୍କୁ ପାଠ ପଢ଼ାଇଲେ ନବୀନ, କହିଲେ ଏମିତି କଥା

ଭୁବନେଶ୍ୱର: ବିଧାୟକ ପଢ଼ିଲେ ପାଠ। ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକଙ୍କୁ ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କୁ ଶାଳୀନତାର ପାଠ ପଢାଇଛନ୍ତି ନବୀନ। ଶାଳୀନତା ଓ ସରଳ ଜୀବନଯାପନ କରିବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ କାମ କରିବାକୁ ମଧ୍ୟ କହିଛନ୍ତି।

ବିଧାୟକଙ୍କ ଉଦେ୍ଧଶ୍ୟରେ ନବୀନ କହିଛନ୍ତି ଯେ, ଲୋକଙ୍କୁ ଆଖି ଆଗରେ ସେମାନଙ୍କ ଉନ୍ନତି କରିବା ଶିଖ। ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ। ଜନତା ରିଅଲ ମାଷ୍ଟର ଅଫ ଡେମୋକ୍ରାସି। ଲୋକଙ୍କ ନିକଟତର ହୁଅ, ସେମାନଙ୍କ ଯାବତୀୟ ସମସ୍ୟା ବୁଝ। ଯେତେ ବଡ଼ ପଦବୀରେ ଥିଲେ ମଧ୍ୟ ଲୋକଙ୍କ ହିତ ପାଇଁ କାମ କର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ କହିଛନ୍ତି।

ଏଥିସହିତ ପ୍ରଶିକ୍ଷଣ ଶିବିରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  କହିଥିଲେ,  ପ୍ରତି ୧୫ ଦିନରେ ଥରେ ବିଧାୟକଙ୍କ ବୈଠକ ହେବ। ଏ ନେଇ ନୀତିଗତ ନିଷ୍ପତି  ହୋଇଛି।  ସରକାରୀ ଯୋଜନାରେ  ହେଉଥିବା ବିଭିନ୍ନ ଖର୍ଚ୍ଚ ଉପରେ ବିଧାୟକଙ୍କୁ ଅବଗତ କରାଯିବ। ବିଧାନସଭାକୁ ପ୍ରଥମ ଥର ପାଇଁ ଆସିଥିବା ବିଧାୟକମାନେ ଏହାଦ୍ୱାରା ଉପକୃତ ହେବେ।

Comments are closed.