Odisha Link
Bridging the Missing Links in Odisha

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ନେତା

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମ ବାର୍ଷିକୀ। ଏହି ଅବସରରରେ ମୋଦିଙ୍କ ନିକଟକୁ ସବୁ ମହଲରୁ ଛୁଟୁଛି ଶୁଭେଚ୍ଛାର ଶୁଅ। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ନେତା ପିଏମ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟ୍ୱିଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଏକ ଟାଣୁଆ, ସୁରକ୍ଷିତ ଏବଂ ବିଶ୍ୱସନୀୟ ଦେଶ ଭାବରେ ପରିଚୟ ପାଇଛି। ସମସ୍ତ ଭାରତୀୟଙ୍କ ଜୀବନରେ ନିଜ ପାଇଁ ସ୍ଥାନ ବନାଇ ଥିବରୁ ତାଙ୍କ ପରିଶ୍ରମ ଓ ସଂକଳ୍ପ ଭାବ ଆମ ପାଇଁ ଏକ ପ୍ରେରଣା ବୋଲି ମଧ୍ୟ ସେ କହିଛନ୍ତି। ଜଣେ ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା ଓ ଜଣେ ଦେଶବାସୀ ଭାବେ ଦେଶର ପୁନଃନିର୍ମାଣରେ ଆପଣଙ୍କ ସହ ଭାଗ ନେବା ଏକ ସ୍ୟୈଭାଗ୍ୟର ବିଷୟ।ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥ ଜୀବନ ଓ ଦୀର୍ଘାୟୁ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

ସେହିପରି ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଏକ ପ୍ରତିଷ୍ଠିତ ଦେଶ ହୋଇଛି। ଏହା ସହ ସେ ଭଗବାନଙ୍କ ନିକଟରେ ମୋଦୀଙ୍କ ଦୀର୍ଘାୟୁ କାମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୋଦିଙ୍କ ଜନ୍ମଦିନରେ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ୧୩୦ କୋଟି ଭାରତୀୟଙ୍କ ହୃଦୟର ଅତି ନିକଟତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୬୯ ତମ ଜନ୍ମ ଦିବସର ହାର୍ଦ୍ଦିକ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ତାଙ୍କୁ ଦୀର୍ଘଜୀବନ ଦିଅନ୍ତୁ ଓ ଜନ ସେବାରେ ଏହିଭଳି ଲାଗି ଥାଆନ୍ତୁ।

Comments are closed.