Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଟିକ୍‌ଟକ୍‌ ମାନିଆ

ରାଉରକେଲା: ଏବେ  ଯୁବ ପିଢ଼ିଙ୍କୁ ଘାରିଛି  ଟିକ୍‌ଟିକ୍‌ କରିବାର ନିଶା। କିଏ ଗଛ ଉପରେ ଚଢ଼ି ଭିଡିଓ କରୁଛି ତ ପୁଣି କିଏ ନଈ ପାଣିରେ ବୁଡ଼ି ଭିଡ଼ିଓ କରି ସୋସିଆଲ ମିଡିଆରେ ଛାଡ଼ି ମଜା ନେଉଛି। ଏହି ଭିଡ଼ିଓ ତିଆରି କରିବା ଦ୍ବାରା ସେମାନଙ୍କୁ ସହ ସହ ଲାଇକ୍‌ ଆଉ କମେଣ୍ଟ ଆସୁଛି। ଲାଇକ୍‌ ଆଉ କମେଣ୍ଟ ଆସିବା ଦ୍ବାରା ସେମାନେ ଖୁସି ହେଉଛନ୍ତି। ହେଲେ ଏମିତି ଖୁସିରେ ନିଜ ଭିଡ଼ିଓ କରୁ କରୁ ଜଣେ ଯୁବକ ଛାତରୁ ଖସି ଗୁରୁତର ହୋଇ ଥିବା ଜଣା ପଡିଛି।
ସୂଚନା ଅନୁସାରେ,ରାଉରକେଲା ସେକ୍ଟର ୬ ଆର୍‌ଏସ୍‌ପି କ୍ବାର୍ଟର୍ସରେ ସୁଟିଂ କରୁଥିବା ବେଳେ ଛାତରୁ ଖସିଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଆଇଜିଏଚ୍‌ ସ୍ଥାନାନ୍ତର କରାଯାଇଛି।

Comments are closed.