Odisha Link
Bridging the Missing Links in Odisha

ଦୀପାବଳି: ବାଣ ଗୋଦାମରେ ଚଢ଼ଉ କଲା ପୁଲିସ୍

କଟକ: ଆଉ ଦିନକ ପରେ ଅର୍ଥାତ ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ହେଲେ ଏହା ପୂର୍ବରୁ ଆଜି ସକାଳେ ବାଣ ଗୋଦାମରେ ଚଢ଼ଉ କରିଛି ପୁଲିସ୍। କଟକ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ଏହି ଚଢ଼ଉ କରାଯାଇଛି। ରେଡ୍‌ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ତିନି ଜଣଙ୍କୁ ଅଟକ ରଖିଛି।

ପଦ୍ମପୁର, ତ୍ରିଲୋଚନପୁର ଓ କାଜି ବଜାରରେ ବେଆଇନ ବାଣ ଗୋଦାମ ଚାଲିଥିବା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପୁଲିସ୍ ଏହି ସବୁ ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ପୁଲିସ୍ଏ ସିପି ଓ ଆଇଆଇସି ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଜଗତପୁର ଥାନାର ତ୍ରିଲୋଚନପୁର ଓ ମହାଜନପୁର ଗାଁରେ ପୁଲିସ ଚଢଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ, ବିସ୍ଫୋରକ, ଲୁହା ଗୁଣ୍ଡ, ବାରୁଦ ଆଦି ଜବତ କରିଥିଲା। ଏହି ଘଟଣାରେ ୧୨ ଜଣଙ୍କୁ ଅଟକ ରଖିଥିଲା।

Comments are closed.