Odisha Link
Bridging the Missing Links in Odisha

ଗାଡ଼ି ଧୋଇଲେ ଧୋନି-ଜିଭା, ରଣବୀର କହିଲେ..

ରାଞ୍ଚି: ପୁଣିଥରେ ସୋଶିଆଲ ମିଡିଆ ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନି ଓ ତାଙ୍କ ଝିଅ ଜିଭା। ଧୋନି ଗତକାଲି ଏକ ଭିଡିଓ ନିଜର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଯେଉଁଥିରେକି ଧୋନିଙ୍କୁ ତାଙ୍କ ଝିଅ ଜିଭା ଗାଡ଼ି ଧୋଇବାରେ ସାହାଯ୍ୟ କରୁଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଉଭୟ ବାପା-ଝିଅ ଦୀପାବଳି ପୂର୍ବରୁ ନିଜ ଗାଡ଼ିକୁ ସଫାସୁତୁରା କରିବା ବେ‌ଳର ଏକ ଭିଡିଓକୁ ଧୋନି ଇନ୍‌ଷ୍ଟାଗ୍ରାମ ପୃ‌ଷ୍ଠାରେ ପ୍ରକାଶ କରିଥିଲେ। ଏଥିରେ ଧୋନି ଲେଖିଥିଲେ, ଏହି ଛୋଟ ସହଯୋଗ ସବୁବେଳେ କାମରେ ଆସିଥାଏ, ବିଶେଷ କରି ନିଜ ‌ଲୋକଙ୍କ ପାଇଁ ଏହା ବଡ଼ ଗାଡ଼ି ସଦୃଶ। ଏହି ‌ଭିଡିଓ ପୋଷ୍ଟ୍‌ ହେବା ପରେ ୨ କୋଟିରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିସାରିଲେଣି। ବଲିଉଡ୍‌ ଅଭିନେତା ରଣବୀର କାପୁର ଏହାକୁ ଦେଖିବା ସହ ନିଜର ମତ ଦେଇ ଲେଖିଛନ୍ତି, ‘ଡାଡିଙ୍କର ଛୋଟ ହେଲ୍‌ପର୍‌’।

Comments are closed.