ରାଜଧାନୀରେ ଲୁଟିନେଲେ ଲୁଟେରା

ଭୁବନେଶ୍ବର: ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଅଞ୍ଚଳରୁ ଅଭିନବ ଭାବରେ ଡକାୟତି। ଏୟାରପୋର୍ଟ ଅଞ୍ଚଳର ଏକ ମାର୍ବଲ ସୋ ରୁମରୁ ବିଳମ୍ବିତ ରାତିରେ ଲୁଟ ଅଭିଯୋଗ ହୋଇଛି। ମାର୍ବଲ ସୋ ରୁମ୍ ଆଜବେଷ୍ଟସ ଛାତକୁ କଟରରେ କାଟି ପଶି ଲୁଟି ନେଇଛନ୍ତି ଲୁଟେରା। ସୋ ରୁମ୍ ଭିତରେ ମଦ, ମାଂସର ପାର୍ଟି କରିବା ସହ ଟଙ୍କା ଲୁଟ୍ କରିଛନ୍ତି। ଖବର ପାଇ ସୋ ରୁମ୍ର ସିସିଟିଭି ଫୁଟେଜ ଆଧାରରେ ପୋଲିସର ତଦନ୍ତ ଆରମ୍ଭ କରିଛି।