Odisha Link
Bridging the Missing Links in Odisha

ବିଜେପିକୁ ପ୍ରଶ୍ନ କଲା ଶିବସେନା, କହିଲା ରାଷ୍ଟ୍ରପତି ଶାସନ କ’ଣ..

ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି-ଶିବସେନା ମଧ୍ୟରେ ଚାଲିଥିବା ବିବାଦ କାହାକୁ ବି ଅଛପା। ଦିନକୁ ଦିନ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଆଜି ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ଅନେକ ପ୍ରଶ୍ନ କରିଛି।

ଶିବେସେନା କହିଛି, ‘ରାଷ୍ଟ୍ରପତି ଶାସନ କ’ଣ ତୁମ ପକେଟରେ ଅଛି କି? ରାଷ୍ଟ୍ରପତି ଶାସନ ଲଗାଇବା ପାଇଁ ଆବଶ୍ୟକ ରବର ଷ୍ଟାମ୍ପ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅଛି କି? ଯଦି ମହାରାଷ୍ଟ୍ରରେ ଆମର ଶାସନ ନଆସିବ ତାହେଲେ ବିଜେପି ଷ୍ଟାମ୍ପ ଲଗାଇ ରାଷ୍ଚ୍ରପତି ଶାସନ ଅଘୋଷିତ ସମୟ ପାଇଁ ଲଗାଇ ପାରେ। ସୁଧୀର ମୁଙ୍ଗନତିୱାରଙ୍କ ଧମକର ଅର୍ଥ ଏଭଳି ଜନତା ବୁଝିବା ଉଚିତ କି?’

ସୂଚନାଥାଉକି, ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାର କହିଥିଲେ, ୭ ତାରିଖ ମଧ୍ୟରେ ଯଦି କେହି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦାବି ନ ଜାଣିବେ, ତା’ହେଲେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ରହିଛି। ମହାରାଷ୍ଟ୍ରବାସୀ କୌଣସି ନିର୍ଦ୍ଦିଷ୍ଟ ଦଳକୁ କ୍ଷମତା ଦଖଲ ପାଇଁ ଭୋଟ ଦେଇ ନାହାନ୍ତି ବରଂ ମେଣ୍ଟ କରିଥିବା ଦଳକୁ ଦେଇଛନ୍ତି’। ଏହାପରେ ବିଜେପିକୁ କାଉଣ୍ଟର କରିବାକୁ ଯାଇ ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଏଭଳି ପ୍ରଶ୍ନ କରିଛି ବିଜେପିକୁ।

Comments are closed.