Odisha Link
Bridging the Missing Links in Odisha

ଜଳବାୟୁ ପରିବର୍ତନ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରୁଛି

ଭୁବନେଶ୍ୱର : ଯଦି ବର୍ତମାନର ହାରରେ ଗ୍ରିନହାଉସ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ଘଟି ୨୧୦୦ ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଅ।କଳନ କରାଯାଇଛି ଯାହା ୨୦୧୦ରେ ୧.୬୨ ରହିଥିଲା । ସମଗ୍ର ଭାରତରେ, ଅତ୍ୟଧିକ ଗରମ ଦିନ ସଂଖ୍ୟା ଆଠ ଗୁଣ ବୃଦ୍ଧି ପାଇ ୫.୧(୨୦୧୦)ରୁ ୪୨.୮ (୨୧୦୦ ସୁଦ୍ଧା)ରେ ପହଚିଂବ ବୋଲି ଭୁବନେଶ୍ୱରରେ ଉନ୍ମୋଚନ କରାଯାଇଥିବା ଏକ ନୂତନ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ ପକ୍ଷରୁ ୟୁଚିକାଗୋର ଟାଟା ସେଣ୍ଟର ଫର ଭେଲପମେଂଟ ସହଯୋଗରେ କରାଯାଇଥିବା ଭାରତରେ ଜଳବାୟୁ ପରିବର୍ତନ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନେତିକ କ୍ଷତିକୁ ନେଇ ପ୍ରସ୍ତୁତ କରାଯାଉଥିବା ଆକଳନ ସିରିଜ ମଧ୍ୟରୁ ଏହା ହେଉଛି ପ୍ରଥମ ସର୍ବେକ୍ଷଣ ରିପୋର୍ଟ ।
ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ସ୍ଥିତିରେ, ରାଜ୍ୟରେ ହାରାହାରି ଗ୍ରୀଷ୍ଣ ତାପମାତ୍ରା ଯାହା ୨୦୧୦ରେ ୨୮.୮୭ ଡିଗ୍ରି ସେଲସିଅସ ଥିଲା ତାହା ୨୧୦୦ ସୁଦ୍ଧା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏହା ଜାତୀୟ ହାର ଠାରୁ ବହୁତ ଅଧିକ । ଜାତୀୟ ସ୍ତରରେ ଏହି ହାର ବର୍ତମାନର ୨୪ ଡିଗ୍ରି ସେଲସିଅସ ସ୍ତରରୁ ବୃଦ୍ଧି ପାଇ ଶତାବ୍ଦୀ ଶେଷ ସୁଦ୍ଧା ୨୮ ଡିଗ୍ରି ସେଲସିଅସରେ ପହଂଚିବ । ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏହାର ପାଖାପାଖି ରହିବ, ସେଠାରେ ତାମପାତ୍ରାରେ ୩.୦୭ ଡିଗ୍ରି ସେଲସିଅସ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

“ଅତ୍ୟଧିକ ଗରମ ଜନିତ ଘାତପ୍ରତିଘାତ ଅନୁଭବ କରିବାର ଇତିହାସ ଓଡ଼ିଶାର ରହିଛି । ୧୯୯୮ରେ, ଓଡ଼ିଶାରେ ଅସ୍ୱାଭାବିକ ଗ୍ରୀଷ୍ମ ପ୍ରଭାବ ସ୍ଥିତି ଦେଖାଦେଇଥିଲା ଯେଉଁଥିରେ ୨୦୪୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ବ୍ୟାପକ ସଚେତନତା ଅଭିଯାନ ଜରିଆରେ ୧୯୯୮ର ପରବର୍ତି ସମୟରେ ଏଭଳି ମୃତ୍ୟୁ ସଂଖ୍ୟାକୁ ଅନେକାଂଶରେ କମ କରାଯାଇପାରିଛି, ତଥାପି ପ୍ରତିବର୍ଷ କିଛି ନା କିଛି ମୃତ୍ୟୁ ରେକର୍ଡ କରାଯାଉଛି । ଜଳବାୟୁ ପରିବର୍ତନ ଅନୁଶୀଳନ ଅନୁସାରେ ଅତ୍ୟଧିକ ଗରମ ଦିନରେ ୩୦ ଗୁଣା ବୃଦ୍ଧି ହେବ ବୋଲି ଅ।କଳନ କରାଯାଇଥିବାରୁ ତାହାର ମୁକାବିଲା କରିବା ଲାଗି ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥାକୁ ବିଶେଷ କରି ସମାଜର ସମ୍ବେଦନଶୀଳ ବର୍ଗଙ୍କ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ଜରୁରୀକାଳୀନ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ପ୍ରଦୀପ କୁମାର ନାୟକ, ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କହିଛନ୍ତି ।

ଏହି ସର୍ବେକ୍ଷଣରରୁ ଜଣାପଡ଼ିଛି ଯେ, ହାରାହାରି ଗ୍ରୀଷ୍ଣ ତାପମାତ୍ରାରେ ବୃଦ୍ଧି ଓ ଅତ୍ୟଧିକ ଗରମ ଦିବସ ସଂଖ୍ୟାରେ ବୃଦ୍ଧିର ପ୍ରଭାବ ମରଣଶୀଳତା ଉପରେ ପଡ଼ିବ । ତାପମାତ୍ରାରେ ବୃଦ୍ଧି ଯୋଗୁ ଓଡ଼ିଶାରେ ୪୨,୩୩୪ ଜଳବାୟୁ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ପ୍ରତିବର୍ଷ ହୃଦଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ଏହାର ତାହାର ପାଂଚ ଗୁଣାରୁ ଅଧିକ ହେବ । ଅତ୍ୟଧିକ ତାପମାତ୍ରା ଯୋଗୁ ହେବାକୁ ଥିବା ସମୁଦାୟ ୧,୫୪୩,୭୦୮ ମୃତ୍ୟୁର ୬୪% ଛଅଟି ରାଜ୍ୟ, ଉତର ପ୍ରଦେଶ (୪୦୨,୨୮୦), ବିହାର (୧୩୬,୩୭୨), ରାଜସ୍ଥାନ (୧୨୧,୮୦୯), ଆନ୍ଧ୍ର ପ୍ରଦେଶ (୧୧୬,୯୨୦), ମଧ୍ୟପ୍ରଦେଶ(୧୦୮,୩୭୦) ଓ ମହାରାଷ୍ଟ୍ର (୧୦୬,୭୪୯)ରେ ଘଟିବ ବୋଲି ଅ।କଳନ କରାଯାଇଛି । ୨୦୧୦ରୁ ୨୦୧୮ରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା ।

ମାଇକେଲ ଗ୍ରିନଷ୍ଟୋନ, ଫାକଲଟି ନିର୍ଦେଶକ, ଟାଟା ସେଂଟର ଫର ଡେଭେଲପମେଂଟ, ୟୁଚିକାଗୋ ଏବଂ ସହ-ପ୍ରତିଷ୍ଠାତା,କ୍ଲାଇମେଟ ଇଂପାକ୍ଟ ଲ୍ୟାବ କହିଛନ୍ତି ଯେ, “ଏହି ର୍ନିଯ୍ୟାସରୁ ଏହା ସ୍ପଷ୍ଟ ହେଉଛି ଯେ ବିଶ୍ୱସ୍ତରୀୟ ଜୀବାଶ୍ମ ଇନ୍ଧନ ଉପରେ ର୍ନିଭରଶୀଳତା ଜାରି ରହିଲେ ତାହା ଆଗାମୀ ବର୍ଷ ଓ ଦଶନ୍ଧୀରେ ଭାରତୀୟଙ୍କ କଲ୍ୟାଣ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି କରିବ । ସେମାନେ ଏକ ଅଭିନବ ଗ୍ରହରୀୟ ରଣନୀତିର ଆବଶ୍ୟକତାକୁ ମଧ୍ୟ ଅଣଦେଖା କରିବେ । ଏହି ବିଶ୍ୱ ସ୍ତରୀୟ ଶକ୍ତି ଅ।ହ୍ୱାନ ଯାହାକୁ ଦେଶଗୁଡ଼ିକ ସନ୍ତୁଳିତ କରିବା କଥା ସେଥିପାଇଁ ସୁଲଭ ଏବଂ ଭରସାଯୋଗ୍ୟ ଶକ୍ତି ଉତ୍ସ ଦରକାର ଯାହା ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଜଳବାୟୁ ଏବଂ ବାୟୁ ପ୍ରଦୂଷଣ ବିପଦକୁ ପରିଚାଳନା କରିବା ହୁଏତ ଆମ ପିଢ଼ି ପାଇଁ ସବୁଠୁ ବଡ଼ ଆହ୍ୱାନ ।

“ର୍ନିଗମନର ପ୍ରଭାବ ଭାରତ ସମେତ ସାରା ବିଶ୍ୱର ସମାଜରେ ବଡ଼ ଧରଣର ରହିବ । କେବଳ ୨୦୧୫ରେ ଭାରତରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ୨୫୦୦ ମୃତ୍ୟୁ ଘଟିଥିଲା । ଶୀଘ୍ର ଯଦି କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଯିବ ଏବଂ ଜଳବାୟୁ ପରିବର୍ତନର ଖରାପ ପ୍ରଭାବର ମୁକାବିଲା ଲାଗି ଯଦି ପୁଂଜିନିବେଶ କରାନଯିବ ତେବେ ଭବିଷ୍ୟତ ଆହୁରି ଚିନ୍ତାଜନକ ହୋଇପାରେ ବୋଲି ଅମିର ଜିନା, ଅ।ସିଷ୍ଟାଂଟ ପ୍ରଫେସର, ହାରିସ ପବ୍ଲିକ ପଲିସି ଓ ଗବେଷକ, କ୍ଲାଇମେଟ ଇମ୍ପାକ୍ଟ ଲ୍ୟାବ କହିଛନ୍ତି ।

ଏହି ରିପୋର୍ଟ ଉପସ୍ଥାପନ କରାଯିବା ପରେ ଓଡ଼ିଶାରେ ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ଜଳବାୟୁ ସ୍ଥିତିର ପ୍ରଭାବ ଉପରେ ଏକ ପ୍ୟାନେଲ ଅ।ଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ ନାୟକ ଓ ଅମିରଙ୍କ ସମେତ ଜିତ ମିଶ୍ର, ନିର୍ଦେଶକ, ନବକୃଷ୍ଣ ଚେଧୁରୀ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ ଓ ଅମ୍ବରିଶ ଦତା, ଅ।ସୋସିଏଟ ପ୍ରଫେସର, ଇଣ୍ଡିଅ।ନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱର, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଅ। । ଜଳବାୟୁ ପରିବର୍ତନ କିଭଳି ଭବିଷ୍ୟତରେ ଓଡ଼ିଶାକୁ ପ୍ରଭାବିତ କରିବ ତାହା ଉପରେ ଏହି ଅ।ଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା । ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ପାଣିପାଗର ପ୍ରଭାବକୁ ପ୍ରତିହତ କରିବା ଲାଗି ସବୁ କ୍ଷେତ୍ର ଓ ଗୋଷ୍ଠୀ ପାଇଁ ଜଳବାୟୁ ପ୍ରତିରୋଧୀ ବ୍ୟବସ୍ଥା କରିବା କରିବା ଲାଗି ଅ।ଲୋଚନାରେ ମତ ପ୍ରକାଶ ପାଇଥିଲା ।

Comments are closed.