Odisha Link
Bridging the Missing Links in Odisha

ଏହି ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଅକ୍ଷୟ କୁମାର

ଭୁବନେଶ୍ବର : ବଲିଉଡର ଆକ୍ସନ ହିରୋ ତଥା ଖିଲାଡି ହିରୋ ଅକ୍ଷୟ କୁମାରଙ୍କୁ ଦର୍ଶକ ସବୁ ଚରିତ୍ରରେ ଅଭିନୟ କରିଥିବାର ଦେଖିସାରିଲେଣି । ଏମିତି କୌଣସି ଅଭିନୟ ନାହିଁ ଯାହା ତାଙ୍କ ପାଇଁ ଅସମ୍ଭବ। ଅକ୍ଷୟ ରୋମାନ୍ସ, କମେଡି ଭଳି ଅନେକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ଚକିତ କରିଦେଇଛନ୍ତି । ତାଙ୍କ ଅଭିନୀତ ସିନେମା ହାଉସ ଫୁଲ-୪ ପରଦାରେ ସୁପରହିଟ ହୋଇଛି। ଅକ୍ଷୟଙ୍କୁ ଏକ ମ୍ୟୁଜିକ୍‌ ଭିଡିଓରେ ଦେଖିବାକୁ ମିଳୁଛି ।

‘ଫିଲ୍‌ହାଲ୍‌’ମ୍ୟୁଜିକ୍‌ ଭିଡିଓ ର ଟିଜରକୁ ଅକ୍ଷୟ କୁମାର ଶେୟାର କରିଛନ୍ତି। ତାଙ୍କ ସହ କ୍ରିତି ସେନନ୍‌ଙ୍କ ଭଉଣୀ ନୂପୁରଙ୍କୁ ଦେଖିବାକୁ ମିଳୁଛି। ଏହା ତାଙ୍କର ପ୍ରଥମ ଭିଡିଓ । ଗାୟକ ବି. ପ୍ରାକ୍‌ଙ୍କୁ ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି। ଏହା ଅକ୍ଷୟଙ୍କ ସହ ତାଙ୍କର ତୃତୀୟ ଗୀତ । ଏହି ରୋମାଣ୍ଟିକ୍‌ ଗୀତଟିକୁ ଜାନୀ ଲେଖିଛନ୍ତି । ଗୀତ ନଭେମ୍ବର ୯ରେ ରିଲିଜ୍‌ ହେବ।

Comments are closed.