Odisha Link
Bridging the Missing Links in Odisha

ଭୁଲ ପାଇଁ ନିଜେ ତଣ୍ଡ ଗଣିଲେ ଜିଲ୍ଲାପାଳ ଓ କର୍ମଚାରୀ, ଦେଲେ ଚେତାବନୀ

ଗାଜିଆବାଦ: ଭୁଲ ପାଇଁ ଦଣ୍ଡ ମିଳିଥାଏ। ହେଲେ ଭୁଲ ପାଇଁ ନିଜେ ନିଜକୁ ଦଣ୍ଡିତ କରଥିବା ଖବର ଶୁଣିନଥିବେ। ହେଲେ ବାସ୍ତବରେ ଏପରି ହିଁ ହୋଇଛି। ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବା ଅନୁସାରେ, ଜିଲ୍ଲାପାଳ ଅଫିସ୍‌ରେ ପହଁଚିବା ପରେ ଦେଖିଲେ ଓଭରହେଡ୍‌ ଟାଙ୍କିରୁ ପାଣି ଓଭର ଫ୍ଲୋ ହେଉଛି। ଏହାପରେ ଜିଲ୍ଲାପାଳ ପାଣି ନଷ୍ଟ ଅଭିଯୋଗରେ ନିଜ ଅଫିସ୍‌ର ସମସ୍ତ କର୍ମଚାରୀଙ୍କ ସମେତ ନିଜ ଉପରେ ଲଗାଇଛନ୍ତି ୧୦ ହଜାର ଟଙ୍କା ଫାଇନ୍। ଏବଂ ସମସ୍ତଙ୍କୁ ଚେତାବନୀ ଦେଇ ଏକଥା କହିଛନ୍ତି, ଭବିଷ୍ୟତରେ ଏଭଳି ପାଣି ନଷ୍ଟକୁ କେବେ ବି ସେ ବରଦାସ୍ତ କରିବେନି, ଯେତେବେଳେ ସାରା ଦେଶରେ ଜଳ ସଂରକ୍ଷଣ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।

ଏହାପରେ ସମସ୍ତ କର୍ମଚାରୀ ଭୁଲ୍‌କୁ ସ୍ୱୀକାର କରିବା ସହ ନିଜ ଭାଗର ତଣ୍ଡ ଦେଇ ପୂରା ଫାଇନ୍‌ ଅର୍ଥକୁ ଟ୍ରେଜରୀରେ ଜମା କରିଥିଲେ। ତେବେ ଏହାକୁ ନେଇ ସମସ୍ତେ ଜିଲ୍ଲାପାଳଙ୍କୁ ପ୍ରଶଂସା କରିଛନ୍ତି। ପୂର୍ବରୁ ଅଜୟ ଶଙ୍କର ମୁଜାଫରନଗରରେ ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ୱଚ୍ଛତା ଅଭିଯାନକୁ ନେଇ ପ୍ରଶଂସା ସାଉଁଟିଥିଲେ। ପ୍ରତିଦିନ ଅଫିସ ସମୟରେ ସଫେଇ ପାଇଁ ୧୦ ମିନିଟ୍ ଦେଉଥିଲେ।

ସୂଚନାଥାଉକି, ସାରା ବିଶ୍ୱରେ ଏବେ ପାଣି ଚିନ୍ତା। ଦେଶର ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ସଂଗଠନ ଜଳ ସଂରକ୍ଷଣକୁ ନେଇ ବିଭିନ୍ନ ଅଭିଯାନ ଚଳାଇଛନ୍ତି। ନିକଟରେ ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଆମ ସମସ୍ତଙ୍କ ହୋସ୍‌ ଉଡ଼ାଇଦେଇଛି। ୨୦୨୦ ସୁଦ୍ଧା ଭାରତର ୨୧ଟି ସହରରେ ଭୂତଳ ଜଳ ଅତି ସଂକଟ ଭିତରକୁ ଚାଲିଯିବ, ଏନେଇ ନୀତି ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଯାହା ଭିତରେ ରହିଛି ଦିଲ୍ଲୀ, ବେଙ୍ଗାଲୁର, ଚେନ୍ନାଇ, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହର।

Comments are closed.