Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ସଞ୍ଜୟ-ଶରଦ ସାକ୍ଷାତ, କହିଲେ ଦଳ..

ମୁମ୍ବାଇ: ଚଳିତ ମହାରାଷ୍ଟ୍ର ବିଧାନସଭାର କଣ୍ଟ ୮ ତାରିଖରେ ଶେଷ ହେଉଛି। ଅପରପକ୍ଷେ ନିର୍ବାଚନର ଫଳାଫଳ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇ ପାରିନାହିଁ। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଏ ନେଇ ଜାରି ରହିଛି ଅସ୍ପଷ୍ଟ ଚିତ୍ର।

ଗତକାଲି ଶିବସେନା ଆରଆରଏସ୍‌ ମୁଖ୍ୟ ମୋହନ ଭଗବତଙ୍କୁ ଚିଠି ଲେଖି ନୀତିନ୍‌ ଗଡ଼କରୀଙ୍କୁ ପଠାଇବାକୁ ଦାବି କରିଛି। କହିବାକୁ ଗଲେ ଶିବସେନା ଓ ବିଜେପି ସରକାର ଗଢ଼ିବା ପାଇଁ ଆରଏସଏସ ମାଧ୍ୟମରେ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ହେଲେ ଶିବସେନା ନେତା ସଞ୍ଜୟ ରାଉତ ଆଜି ଶରଦ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି। ଯାହା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି। ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ହୋଇଛି, ଶରଦ ପାଓ୍ୱାରଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଶିବସେନା ସରକାର ଗଢ଼ିବାକୁ ପ୍ରସ୍ତାବ ଦେଇଛି। ଯାହାର ଜବାବ ରଖିଛନ୍ତି ଶରଦ ପାଓ୍ୱାର।

ଏହାପରେ ଶରଦ ପାଓ୍ୱାର ସ୍ପଷ୍ଚ କରି କହିଛନ୍ତି ଯେ, ତାଙ୍କ ଦଳ ବିରୋଧୀ ଆସନରେ ବସିବ। ରାଜ୍ୟରେ ଦୁଇ ସହଯୋଗୀ ବିଜେପି-ଶିବସେନା ମିଶି ସରକାର ଗଢ଼ନ୍ତୁ। ବିଜେପି-ଶିବସେନା ଦୀର୍ଘ ୨୫ ବର୍ଷ ଧରି ଏକାଠି ଅଛନ୍ତି। ତେଣୁ ନିଜ ଭିତରେ ଥିବା ବିବାଦର ଆପୋଷ ସମାଧାନ କରି ସେମାନେ ସରକାର ଗଢ଼ିବା ଦରକାର ବୋଲି ମହାରାଷ୍ଟ୍ର ଏହି ବରିଷ୍ଠ ନେତା କହିଛନ୍ତି।

ଗତକାଲି ଶିବସେନା ବିଜେପି ସହ ବିବାଦର ସମାଧାନ ପାଇଁ ଆରଏସଏଏସ ପ୍ରମୁଖ ମୋହନ ଭାଗବତଙ୍କୁ ଚିଠି ଲେଖିଥିଲା। ଏହାପରେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମୋହନ ଭାଗବତଙ୍କୁ ଭେଟିଥିଲେ। ଆଜି ସନ୍ଧ୍ୟାରେ ବିଜେପିର ଏକି ଟିମ୍ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ଭେଟି ଆପୋଷ ସମାଧାନ ପାଇଁ ପ୍ରୟାସ କରିବେ ବୋଲି ଜଣାପଡ଼ିଛି।

Comments are closed.