Odisha Link
Bridging the Missing Links in Odisha

ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ କେନ୍ଦ୍ରମନ୍ତ୍ରୀ ଙ୍କ ଟ୍ବିଟ୍

ଭୁବନେଶ୍ବର : ଆମେ ଏହି ସାବ ବାତ୍ୟା ଓ ବର୍ଷାକୁ ସାହାସର ସହିତ ମୁକାବିଲା କରିବା । ବିଶେଷ ଭାବରେ ଯୁବପିଢିମାେନ ଏହି ବିପଦ ଘଡିରେ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତୁ ବୋଲି ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କ ରଖିଛି । ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲା ଯଥା ପୁରୀ ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସାଧାରଣ ଲୋକମାନେ ପ୍ରଶାସନ ଦ୍ବାରା ଜାରୀ କରାଯାଇଥିବା ସତର୍କତାକୁ ମାନନ୍ତୁ।

ମୁଁ ମୋ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁରୋଧ କରୁଛି, ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କ ସହ ଠିଆ ହୁଅନ୍ତୁ। ସମ୍ଭାବ୍ୟ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ସେ ଉଲ୍ଲେଖ କରିଛନ୍ତି।

Comments are closed.