Odisha Link
Bridging the Missing Links in Odisha

ବୁଲ୍‌ବୁଲ୍‌ ଯୋଗୁଁ ବଦଳିଲା ଯୁକ୍ତ ଦୁଇ ଫର୍ମପୂରଣ ତାରିଖ

ଭୁବନେଶ୍ବର: ବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ରାଜ୍ୟରେ ବହୁ ଶିକ୍ଷାନୁଷ୍ଠାନ ୯ ଓ ୧୦ରେ ବନ୍ଦ ରହୁଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଫର୍ମପୂରଣ ତାରିଖରେ ପରିବର୍ତନ କରାଯାଇଛି। ଚଳିତ ମାସ ପହିଲାରୁ ୨୦୨୦ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହୋଇଥିଲା। ବିନା ଫାଇନ୍‌ରେ ଫର୍ମପୂରଣ ଅବଧି ୯ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ବର୍ତମାନ ଏହାକୁ ପରିବର୍ତନ କରାଯାଇ ବିନା ଫାଇନ୍‌ରେ ଫର୍ମପୂରଣ ଅବଧି ୯ ତାରିଖରେ ପରିବର୍ତ୍ତେ ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ଫର୍ମପୂରଣ କରିଥିବା ବିଦ୍ୟାର୍ଥୀ ୧୮ ତାରିଖ ପର୍ଯ୍ୟନ୍ତ ଫି ଦାଖଲ କରିପାରିବେ। ସେହିପରି ୫୦ ଟଙ୍କା ଫାଇନ୍‌ ସହ ୧୮ ତାରିଖରୁ ୨୦ ତାରିଖ ମଧ୍ୟ ଫର୍ମ ପୂରଣ କରିପାରିବେ ବିଦ୍ୟାର୍ଥୀ। ୨୧ରୁ ୨୩ ମଧରେ ଫର୍ମ ପୂରଣ କଲେ ୩୫୦ ଟଙ୍କା ଫାଇନ୍‌ ଦେବାକୁ ପଡିବ। ଏହି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଶୁକ୍ରବାର ଚିଠି ଲେଖି ଅବଗତ କରିଛନ୍ତି।

Comments are closed.