ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

ସୋର: ବାଲେଶ୍ବର ଜିଲ୍ଲା ସୋର ଅନ୍ତର୍ଗତ ମଙ୍ଗଳପୁର ବାଘଆମ୍ପୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଘଆମ୍ପୁଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବାବୁଲି ବିନ୍ଧାଣୀଙ୍କ ପୁଅ ଜାଗର।
ମିଳିଥିବା ସୂଚନା ଅନୁଯାୟୀ, ଜାଗର ଶୁକ୍ରବାର ଦ୍ୱିପ୍ରହର ସମୟରେ ଅଟା ଆଣିବାକୁ ଗାଁ ପାଖ ଦୋକାନକୁ ଯାଇଥିଲେ। ରାସ୍ତାରେ ଛିଡ଼ି ପଡ଼ିଥିବା ଏକ ବିଦ୍ୟୁତ ତାରକୁ ସେ ଗୋଡ଼ରେ ଆଡ଼େଇ ଦେଇଥିଲେ। ଫଳରେ ଫଳରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଘଟଣା ପରିବାର ଲୋକଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଥିବା ସହ ମୃତଦେହ ବ୍ୟବଚ୍ଛେଦ କରିବାକୁ ସେମାନେ ପୁଲିସକୁ ଜଣାଇଛନ୍ତି।