Odisha Link
Bridging the Missing Links in Odisha

ଏସ୍‌ସିବି ମେଡିକାଲ୍‌ରେ ଆରମ୍ଭ ହେବ ଅଭିଯୋଗ ଶୁଣାଣି

କଟକ: ଏସ୍‌ସିବି ମେଡିକାଲ୍‌ରେ ସାର୍ବଜନୀନ ଅଭିଯୋଗ ଶୁଣାଣି ଆରମ୍ଭ ହେବାକୁ ଯାଉଛି। ୪ ପର୍ଯ୍ୟାୟରେ ୪ ଜଣ ଅଧିକାରୀ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଶୁଣିବେ। ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ କାର୍ଯ୍ୟ ଦିବସର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା ସାର୍ବଜନୀନ ଅଭିଯୋଗ ଶୁଣାଣି କରିବେ। ସେହିପରି ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଚିକିତ୍ସା ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିବେ ଚିକିତ୍ସାଳୟ ନିର୍ବହାକ ବିରଞ୍ଚି ନାରାୟଣ ସାହୁ ଓ ସୌମ୍ୟା ମହାନ୍ତି। ମେଡିକାଲ୍‌ରେ ୨୪ ଘଣ୍ଟିଆ ଆପାତକାଳୀନ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା ମଧ୍ୟ ହୋଇଛି। ମେଡିକାଲ୍ ଜରୁରୀ କାଳୀନ ଅଧିକାରୀ ‌ଡ଼ା ଭୁବନାନନ୍ଦ ମହାରଣା ଏହି ଣୁଣାଣି କରିବେ। ଯେଉଁ ବିଭାଗ ବିରୋଧରେ ଅଭିଯୋଗ ଥିବ ସମ୍ପୃକ୍ତ ବିଭାଗର ଡାକ୍ତରଙ୍କ ଉପସ୍ଥିତିରେ ଡ଼ା ମହାରଣା ଏହାର ଣୁଣାଣି କରିବେ ବୋଲି ବ୍ୟବସ୍ଥା ହୋଇଛି। ଏନେଇ ମେଡିକାଲ ଅଧୀକ୍ଷକ ସରୋଜକାନ୍ତ ସାହୁ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି।

Comments are closed.