Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କଂଗ୍ରେସ କହିଲା ରାଜ୍ୟପାଳ…

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ଏହାକୁ ନାପସନ୍ଦ କରିଛି କଂଗ୍ରେସ। କଂଗ୍ରେସ ନେତା ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟପାଳ ସମ୍ୱିଧାନ ନିୟମର ‘ମଜାକ୍’ ଉଡ଼ାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜଓ୍ୱେଲା ଟୁଇଟ୍ କରି କହିଛନ୍ତି।

ମହାରାଷ୍ଟ୍ରରେ ଏନସିପି, କଂଗ୍ରେସ ଓ ଶିବସେନାକୁ ସରକାର ଗଢ଼ିବା ପାଇଁ ସମୟ ନଦେବା ‘ନ୍ୟାୟ ପ୍ରକ୍ରିୟାର ହତ୍ୟା’ ବୋଲି ଟୁଇଟ୍ କରି ସୁରଜେଓ୍ୱାଲା କହିଛନ୍ତି। ରାଜ୍ୟପାଳ ଯେଉଁଭଳି ଭାବରେ ନିଷ୍ପତ୍ତି ନେଇଛନ୍ତି, ତାହା ମନମାନି ଏବଂ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।

ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରି କେନ୍ଦ୍ରକୁ ଏକ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା, ମହାରାଷ୍ଟ୍ରରେ ସମ୍ୱିଧାନର ନିୟମ ଅନୁଯାୟୀ ସରକାର ଗଢ଼ିବା ସମ୍ଭବ ନୁହେଁ। ତେଣୁ ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ରାଜଭବନ ପକ୍ଷରୁ କୁହାଯାଇଥିଲା।

Comments are closed.