Odisha Link
Bridging the Missing Links in Odisha

ଆମ୍ରିରେ କିଡନୀ ପ୍ରତିରୋପଣ

ଭୁବନେଶ୍ବର : ଆମ୍ରି ହସ୍ପିଟାଲସ୍ ଭୁବନେଶ୍ବର ପକ୍ଷରୁ ଉଚ୍ଚ ଅଭିଜ୍ଞ ଡାକ୍ତର ,ଏନ୍ ଏବିଏଚ ସ୍ବୀକୃତି ପ୍ରାପ୍ତ ଲାବୋଟୋରୀ ସହାୟତରେ ଥିବା ଷ୍ଟେଟ୍ ଅଫ୍ ଆର୍ଟ ଡାଏଗ୍ନୋଷ୍ଟିକ ଓ ଡାଏଲିସିସ୍ ୟୁନିଟି ଜରିଆରେ ଓଡ଼ିଶାର ଜନ ସାଧାରଣ ଏବଂ ଆନ୍ତର୍ଜାତିକ ରୋଗୀଙ୍କୁ ଉଚ୍ଚ ମାନର ତୃତୀୟକ ସେବା ପ୍ରଦାନ କରାଯାଉଛି । ଆମ୍ରିରେ କିଡନି ପ୍ରତିରୋପଣ ଟିମ୍ ବର୍ତ୍ତମାନ ସୁଦ୍ଧା ୧୨୫ ପ୍ରତିରୋପଣ କରିସାରିଥିବା ବେଳେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ଓଡିଶା ସରକାର ଡିଏମଇଟି ତରଫରୁ ଆବଶ୍ୟକ ଅନୁମୋଦନ ମିଳିବା ପରେ ୨୦୧୪ରୁ ପ୍ରତିରୋପଣ ସର୍ଜନ ଡକ୍ଟର ସୁବୋଧ ଦାସ ଓ ନେପ୍ରୋଲୋଜିଷ୍ଟ ଡକ୍ଟର ସୁଶାନ୍ତ କିଶୋର ଦାସଙ୍କ ଦ୍ବାରା ଆମ୍ରି ହସ୍ପିଟାଲସ୍ ଭୁବନେଶ୍ବର କିଡିନି ପ୍ରତିରୋପଣ ସୁବିଧା ଆରମ୍ଭ ହୋଇଥିଲା । ଟିମର ଢ଼ାଞ୍ଚା ଏବଂ କ୍ଳିନିକାଲ ଫଳାଫଳ ମାନଙ୍କୁ ବଢ଼ାଇବା ଲାଗି ଡକ୍ଟର ମାନସ ରଂଜନ ପ୍ରଧାନ, ସିନିୟର କନ୍ସଲଟାଂଟ, ୟୁରୋଲୋଜି ଓ ରେନାଲ ଟ୍ରାନ୍ସପ୍ଳାଂଟ ଓ ଡକ୍ଟର ସାଇ ପ୍ରସାଦ ସାହୁ, କନ୍ସଲଟାଂଟ , ନେଫ୍ରୋଲୋଜି , ଆମ୍ରି ହସ୍ପିଟାଲସ୍ ର ଇନଷ୍ଟିଚ୍ୟୁଟ ଅଫ ରେନାଲ ସାଇନ୍ସସେସ୍ ରେ ଯୋଗ ଦେଇଛନ୍ତି ।

ନୂତନ ଟିମ ପାଖରେ ଶିଶୁ କିଡିନି ପ୍ରତି ରୋପଣ ଏବଂ ଏବିଓ ଇନ୍ କମ୍ପାଟିବଲ କିଡନି ପ୍ରତିରୋପଣ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଏବଂ ଦକ୍ଷତା ରହିଛି ଓ ସେମାନଙ୍କ ସଫଳତା ହାର ବହୁତ ଉତ୍ତମ ରହିଛି । ଡକ୍ଟର ମାନସ ପ୍ରଧାନ ସିନିୟର କନ୍ସଲଟାଂଟ, ୟୁରୋଲୋଜି ଆଣ୍ଡ ରେନାଲ ଟ୍ରାନ୍ସପ୍ଳାଂଟ ଓ ଡକ୍ଟର ସାଇ ପ୍ରସାଦ ସାହୁ, ସିନିୟର କନ୍ସଲଟାଂଟ, ନେଫ୍ରୋଲୋଜି କହିଛନ୍ତି “ଯେ ଇନ କମ୍ପାଟେବୁଲ ଡ଼ୋନର ଥିବା ଆମର ଅଧିକାଂଶ ରୋଗୀଙ୍କୁ ପେୟାର୍ଡ ଡୋନର ଏକ୍ସ ଚେଂଜ ସୁବିଧା ପ୍ରଦାନ କରାଯାଉଛି ।”

ଏହା ବ୍ୟତିତ ଯେକୌଣସି ବ୍ଳଡ ଗ୍ରୁପର ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଏବିଓ ଇନ କମ୍ପାଟିବଲ କିଡିନି ପ୍ରତିରୋପଣ ସମ୍ଭବ ହେଉଛି । ଏହି ହସ୍ପିଟାରେ ଅତ୍ୟାଧୁନିକ କିଡିନି ପ୍ରତି ରୋପଣ ଆଇସିୟୁ ଓ ଷ୍ଟେଟ ଅଫ୍ ଅପ୍ରେସନ ଥିଏଟର ସୁବିଧାରେ ମିଳିବା ସହ ଯେଉଁ ରୋଗିମାନେ ପରିବାର ମଧ୍ୟରେ ଡୋନର ‍‌‍‌ପାଇବାରେ ଅସୁବିଧାର ସମ୍ମୁଖିନ ହୁଅନ୍ତି ସେ ସମୟରେ ହସ୍ପିଟାଲ ତରଫରୁ ସ୍ବାପ ଟ୍ରନ୍ସପ୍ଳାଣ୍ଟ କରାଯାଇଛି । ଏହି ସ୍ବାପିଂ ବ୍ୟାବସ୍ଥାରେ ଦୁଇ ଜଣ ରୋଗିଙ୍କ ପ୍ରଥମ ଡିଗ୍ରି ପରିଜନଙ୍କ କିଡିନିକୁ ଅଦଳ ବଦଳ କରି ବ୍ୟବହାର କରାଯାଏ ଏବଂ ଅନେକ ଜଟିଳ ରୋଗୀଙ୍କର ସଫଳତାର ସହ ପ୍ରତି ରୋପଣ କରାଯାଇଛି ।

Comments are closed.