Odisha Link
Bridging the Missing Links in Odisha

ବାତ୍ୟା ବୁଲବୁଲ: କ୍ଷୟକ୍ଷତି ଆକଳନ ପାଇଁ ଆସିବେ ୭ ଜଣିଆ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ବାତ୍ୟା ‘ବୁଲବୁଲ’ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଦେଇ କହିଛନ୍ତି ଯେ, ବୁଲବୁଲ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରୟଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଟିମରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂଘାଲ, ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗର କନ୍ସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସଏସ୍ ମୋଦି, କେନ୍ଦ୍ରୀୟ ଜଳ ଆୟୋଗର ସୁପରିଟେଣ୍ଡେଣ୍ଟ ଯନ୍ତ୍ରୀ ଅମରିଶ ପାଲ୍ ସିଂ, କୃଷି ବିଭାଗର ପାଟନାସ୍ଥିତ ଡିଆରଡି ନିର୍ଦ୍ଦେଶକ ବୀରେନ୍ଦ୍ର ସିଂ ଓ ସଡ଼କ ପରିବହନ ମନ୍ତ୍ରଣାଳୟର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ସାମିଲ୍ ଅଛନ୍ତି।

ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ଅନୁସାରେ, ବୁଲବୁଲ ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ୩ଲକ୍ଷ ହେକ୍ଟର ଜମିରେ ଫସଲ ଓ ୫୫୦୦ ବାସଗୃହ ନଷ୍ଟ ହୋଇଛି। ତେବେ କେହି ‘ବୁଲବୁଲ୍’ ଯୋଗୁ ମୃତାହତ ହୋଇନାହାନ୍ତି।

Comments are closed.