Odisha Link
Bridging the Missing Links in Odisha

ଗୁଣି ନାଁରେ କୁନି ପିଲାକୁ ମାଡ଼

ଜଳେଶ୍ୱର: ଆଧୁନିକ ଯୁଗରେ ବି ଲୋକଙ୍କ ମନରୁ ଯାଉନି ଅନ୍ଧ ବିଶ୍ବାସ। ଭୂତ ଛଡ଼ାଇବା ନାମରେ କୁନି ପିଲାକୁ ଗୁଣିଆର ନିର୍ଘାତ ମାଡ଼। ଆଉ ଏହି ମାଡ଼ରେ ପିଲାଟି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁ ରାସ୍ତାରେ ବାଳକକୁ ମାଡ଼ ମରାଯାଇଛି। ପ୍ରକାଶ ଯେ, ମହାଦେବ ଗ୍ରାମରେ ୭/୮ ବର୍ଷ ବାଳକର ଦେହ ଅସୁସ୍ଥ ହେଉଥିଲା। ତେବେ ବାଳକଟି ଦେହରେ ଭୂତ ଲାଗିଥିବା ପରିବାର ଲୋକେ ସନେ୍ଦହ କରି ତାକୁ କମର୍ଦ୍ଧା ଥାନା ରାଣୀଗୁଡ଼ାସ୍ଥ ଗୁଣିଆର ଘର ପାଖକୁ ଆଣିଥିଲେ। ଏହି ସମୟରେ ଭୂତ ଛଡ଼ାଇବା ନାମରେ ୨ ଜଣ ଗୁଣିଆ ପିଲାଟିକୁ ନିର୍ଦ୍ଧୁମ ପିଟିଥିଲେ। ଜଣେ ମହିଳା ଓ ଜଣେ ପୁରୁଷ ଗୁଣିଆ ପିଲାଟିକୁ ପିଟିଥିଲେ। ବାଡ଼ିରେ ପିଟିବା ସହ ପିଲାକୁ ଚପଲ ପାଟିରେ ଧରାଇ ଦେଇଥିଲେ। ତେବେ ପ୍ରବଳ ମାଡ଼ରେ ପିଲାଟି ଏବେ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି।

Comments are closed.