Odisha Link
Bridging the Missing Links in Odisha

ଭିନ୍ନ ଅନ୍ଦାଜରେ ବିବାହ ବାର୍ଷିକୀ ପାଳନ କରିବେ ଦୀପ୍‌ବୀରନ

ମୁମ୍ବାଇ : ବଲିଉଡ଼ର ଚାହିଦା କପୁଲ ହେଇଛନ୍ତି ଦୀପିକା ପାଦ୍ୟୁକୋନ ଏବଂ ରଣବୀର ସିଂ । ଦୁହେଁ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ସଞ୍ଜୟଲିଳା ବଂଶାଳୀଙ୍କ ସିନେମା ରାମଲିଳା ସିନେମାରେ ଦୁହିଁଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା ଓ ତାପରେ ତାହା ପ୍ରେମ ସମ୍ପର୍କ ପରିଣତ ହୋଇଯାଇଥିଲା ।

୬ ବର୍ଷର ପରେ ୧୪ ନଭେମ୍ବର ୨୦୧୮ମସିହାରେ ଦୁହେଁ ବିବାହ ବନ୍ଧମରେ ବାନ୍ଧି ହୋଇଯାଇଥିଲେ । ଦୀପିକା ନିଜ ବିବାହ ବାର୍ଷିକ ପରିବାରଙ୍କ ସହ ପାଳନ କରିବେ ବୋଲି ତାଙ୍କର ଜଣେ ବନ୍ଧୁଙ୍କୁ କହିଥିଲେ । ଦୀପିକା ପ୍ରଥମେ ସେ ପରିବାର ସହ ତିରୁପତି ମନ୍ଦିର ବୁଲିବାକୁ ଯିବେ। ସେଠାରୁ ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ଯିବେ ।


ଦୀପିକା ଓ ରଣବୀର ଉଭୟଙ୍କୁ ସିନେମା ‘୮୩’ରେ ନଜର ଆସିବେ। କବିର ଖାଁ ଏହି ସିନେମାର ନିର୍ଦ୍ଦେଶନା ଭାର ଉଠେଇଛନ୍ତି । ସିନେମାଟି ୧୦ ଅପ୍ରେଲ ୨୦୨୦ ରେ ସିନେ ପରଦାକୁ ଆସିବ ।

Comments are closed.