Odisha Link
Bridging the Missing Links in Odisha

ରାଜ୍ୟର ୫୧ ଲକ୍ଷ ୫୨୯୦ ଚାଷୀ ପାଇଛନ୍ତି କାଳିଆ ଟଙ୍କା: କୃଷି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। କାଳିଆ ଯୋଜନା ସମ୍ପର୍କରେ ବିଧାୟକ ତାରା ବାହିନୀପତି, ଅଶ୍ୱିନୀ ପାତ୍ର ଓ ଅନ୍ତ ଜେନାଙ୍କ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସାହୁ ଏଭଳି ତଥ୍ୟ ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ସାହୁଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନାରେ ଏଯାବତ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ପତ୍ୟେକ ୫ ହଜାର ହିସାବରେ ୨୫୫୨,୬୪, ୫୦, ୦୦ ଟଙ୍କା ମିଳିଛି। ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରଙ୍କ ମଧ୍ୟରୁ ୪୫, ୯୬୫ ଜଣ ଅଯୋଗ୍ୟ ବୋଲି ଶ୍ରୀ ସାହୁ ତଥ୍ୟ ଦେଇଛନ୍ତି। ତେବେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

Comments are closed.