Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଅଯୋଗ୍ୟ ଲଢ଼ିପାରିବେ ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କ ମାମଲାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏନ.ଭି ରମଣା କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି। ଏଥିସହ ବାଚସ୍ପତି ଅଯୋଗ୍ୟ ବିବେଚିତ କରିଥିବା ବିଧାୟକୟଙ୍କୁ କୋର୍ଟ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି। ଅଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ବିଧାୟକମାନେ ଉପନିର୍ବାଚନ ଲଢ଼ି ପାରିବେ ବୋଲି କୋର୍ଟ କହିଛନ୍ତି।

ଆସନ୍ତା ୫ ତାରିଖରେ କର୍ଣ୍ଣାଟକର ୧୫ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ଏଥିରେ ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଲଢ଼ିପାରିବେ। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ବିଧାନସଭା ବାଚସ୍ପଚି ନିର୍ବାଚନ ନ ଲଢ଼ିବା ନେଇ ସ୍ଥିର କରିପାରିବେ ନାହିଁ। ସଂସଦୀୟ ଲୋକତନ୍ତ୍ରରେ ସରକାର ଓ ବିରୋଧୀ ଉଭୟଙ୍କ ପାଖରୁ ନୈତିକତା ଆଶା କରାଯାଏ। ଏହି ମାମଲାରେ ଆବେଦନକାରୀ ହାଇକୋର୍ଟ ମଧ୍ୟ ଯାଇପାରନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଯୋଗ୍ୟ ହୋଇଥିଲେ କାହିଁକି ?
କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଥିବା ବେଳେ ୧୭ ବିଧାୟକ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। କଂଗ୍ରେସର ୧୪ ଓ ଜେଡିଏସର ୩ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ପରେ ଏହାକୁ ଅସାମ୍ବିଧାନିକ ଦର୍ଶାଇଥିଲେ ତତ୍କାଳୀନ ବାଚସ୍ପତି। ଏହାପରେ ବିଧାନସଭା ବାଚସ୍ପତି ଆର. ରମେଶ ସେହି ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏହାପରେ ସମସ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏ ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଛନ୍ତି।

Comments are closed.