Odisha Link
Bridging the Missing Links in Odisha

କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ: ନରସିଂହ

ଭୁବନେଶ୍ବର: ମୁଲତବି ଆଲୋଚନାରେ ବର୍ଷିଲେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର। ଯାଜପୁର ସ୍ମିତାରାଣୀ ଘଟଣାକୁ ନେଇ ବାରମ୍ବାର ଗୃହ ମୁଲତବି ହେଉଛି। ଗୃହର କୌଣସି କାର୍ଯ୍ୟ ଆଗକୁ ଯାଇ ପାରୁନାହିଁ। ଏହି ଘଟଣାକୁ ନେଇ କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ନରସିଂହ ମିଶ୍ର। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‌ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଜାଣି ଜାଣି ଗୃହକୁ ଆସି ନାହାନ୍ତି ବୋଲି କହିଛନ୍ତି ଶ୍ରୀ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଆଲୋଚନାରେ ଭାଗ ନେବାକୁ ତାଙ୍କର ସତସାହସ ନାହିଁ। ଓଡ଼ିଶାର ପୋଲିସ ଉପରେ ଭରସା ନାହିଁ। ମାମଲାକୁ ଯଥାସମ୍ଭବ ସରକାର ଚାପିବାକୁ ଉଦ୍ୟମ କରୁଛନ୍ତି। ସରକାରୀ ଦଳର ବଡ଼ପଣ୍ଡାଙ୍କ ସଂପୃକ୍ତି ପାଇଁ ତଦନ୍ତ ବାଟବଣା କି ? ଏହି ପରି ଅନେକ ମାମଲା ଆଗରୁ ଚାପି ଦିଆଯାଇଛି। କିନ୍ତୁ ସ୍ମିତାରାଣୀଙ୍କ ଘଟଣାରେ ଆମେ ସିବିଆଇ ତଦନ୍ତ ଦାବି କରୁଛୁ।

Comments are closed.