Odisha Link
Bridging the Missing Links in Odisha

ବିଧାନସଭାରେ ପୁଣି ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ, ସୌମ୍ୟ ପଟ୍ଟନାୟକ କହିଲେ..

ଭୁବନେଶ୍ବର: ବିଧାନସଭାରେ ପୁଣି ଫେରିଲା ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ। ଗୃହରେ ପୁଣିଥରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ପୁଣିଥରେ ଦାବି ଘଠାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗୃହରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ କଡ଼ାକଡ଼ି ନିୟମ ଲାଗୁ କରାଯାଉ। ଆଉ ଦଳୀୟ ମନୋବୃତ୍ତିକୁ ପଛରେ ପକେଇ ଜାତୀୟ ମନୋଭାବ ପୋଷଣ କଲେ ଅନେକ ସମସ୍ୟା ସମାଧାନ ହୋଇ ଯାଆନ୍ତା।

ପୂର୍ବରୁ ମଧ୍ୟ ବିଧାନସଭାରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ରସଙ୍ଗ ଉଠାଇଥିଲେ ସୌମ୍ୟରଞ୍ଜନ। ଗତ ଅଗଷ୍ଟ ପହିଲାରେ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନରେ ଆମ ଆଞ୍ଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ନିର୍ଦ୍ଦିଷ୍ଟ ସମୟସୀମା, ନିର୍ଦ୍ଦିଷ୍ଟ ଫକ୍ତି ଓ ନିର୍ଦ୍ଦିଷ୍ଟ ସ୍ୱରରେ ଗାଇବା ପାଇଁ ନିର୍ଦ୍ଦେଶ ଦେବାକୁ ବି ଗୃହରେ ଦାବି କରିଥିଲେ ବିଧାୟକ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ମଧ୍ୟ ବାଚସ୍ପତି ଗୃହରେ ରୁଲିଂ ଦେଇଥିଲେ। ଏହା ମଧ୍ୟରେ କିଛି ମାସ ବିତିଯାଇଥିଲେ ବି, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଗୋଟିଏ ସ୍ୱର ଓ ଗୋଟିଏ ସମୟରେ ଗାଇବା ପାଇଁ ପୁଣି ଥରେ ଗୃହରେ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।

Comments are closed.