Odisha Link
Bridging the Missing Links in Odisha

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରଙ୍ଗମଞ୍ଚରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏହି ଉତ୍ସବ ୫ ଦିନ ଧରି ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳା ଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ହେବ ଯେଉଁଥିରେ ୬ ଗୋଟି ଦେଶର ବାଲୁକା ଶିଳ୍ପୀ ଯୋଗଦେବେ। ପାଞ୍ଚ ଦିନ ଧରି ପୁସ୍ତକ ମେଳାର ମଧ୍ୟ ଆୟୋଜନ କରାଯାଇଛି ଏବଂ ବିଭିନ୍ନ ଦିବସରେ ଗଣଦୌଡ, ସାହିତ୍ୟ ଆସର, ସାଇକ୍ଲୋଥନ ମଧ୍ୟ ଆୟୋଜିତ ହେବ।

କୋଣାର୍କ ଉତ୍ସବର ପ୍ରଥମ ଦିନରେ ଓଡିଶୀ ଓ କଥକ, ଦ୍ବିତୀୟ ଦିନରେ ଇଣ୍ଡୋନେସିଆର ପ୍ରସିଦ୍ଧ ଲୋକନୃତ୍ୟ ଓ ଓଡିଶୀ, ତୃତୀୟ ଦିବସରେ ଓଡିଶୀ ଓ ମୋହିନିଆଟମ୍, ଚତୁର୍ଥ ଦିବସରେ କୁଚିପୁଡି ଓ ଓଡିଶୀ ଏବଂ ପଞ୍ଚମ ତଥା ଶେଷ ଦିନରେ ଭାରତ ନାଟ୍ୟମ୍‌ ଓ ଓଡିଶୀ ନୃତ୍ୟ ପରିବେଷଣ ହେବ।

Comments are closed.