Odisha Link
Bridging the Missing Links in Odisha

ବିଦ୍ୟୁତ ଚାଳିତ ଗାଡ଼ି ଧରି ସଂସଦ ଆସିଲେ ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ଦିଲ୍ଲୀବାସୀ ନିଶ୍ବାସ ପ୍ରଶ୍ବାସ ନେବାକୁ କଷ୍ଟକର ହେଉଛି। ବିର୍ଦ୍ଧିତ ପ୍ରଦୂଷଣକୁ ରୋକିବା ପାଇଁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ପ୍ରଦୂଷଣ ମାତ୍ରାକୁ କମ କରିବା ପାଇଁ ଆଜି ମନ୍ତ୍ରୀ ପ୍ରକାଶ ଜାଭଡେକର ସଂସଦକୁ ଏକ ବିଦ୍ୟୁତ ଚାଳିତ ଗାଡ଼ି ଧରି ଆସିଥିଲେ। ତାଙ୍କର ଏହି ଅଭିନବ ପ୍ରୟାସକୁ ସମସ୍ତେ ସ୍ବାଗତ କରିବା ସହିତ ସାଧୁବାଦ ଜଣାଇଛନ୍ତି।

ଏଥିସହ ସେ ଲୋକଙ୍କୁ ମଧ୍ୟ ଯଥା ସମ୍ଭବ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବିଦ୍ୟୁତ ଚାଳିତ ଗାଡ଼ି ମଟର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, “ସରକାର ଧୀରେ ଧୀରେ ପ୍ରଦୂଷଣ ମୁକ୍ତ ବିଦ୍ୟୁତ ଚାଳିତ କାରର ବହୁଳ ବ୍ୟବହାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରଦୂଷଣ ବିରୋଧରେ ଲଢ଼େଇ କରିବାକୁ ହେଲେ ଆମ ମିଳିତ ଭାବେ ବିଦ୍ୟୁତ ଚାଳିତ କାର ବ୍ୟବହାର କରିବାକୁ ପଡ଼ିବ ବୋଲି ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବଭଳି ଆଜି ବିଜେପି ସାଂସଦ ମନସୁଖ ମାଣ୍ଡଭିୟ ସାଇକେଲ ଧରି ସଂସଦରେ ପହଞ୍ଚିଥିଲେ।

Comments are closed.