Odisha Link
Bridging the Missing Links in Odisha

ଗୃହରେ ସମ୍ବାଦିକ ସୁରକ୍ଷା ପ୍ରସଙ୍ଗ : ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି ବିଧାନସଭା ଗୃହରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର। ଶ୍ରୀ ମିଶ୍ର ଗୃହରେ କହିଛନ୍ତି ଯେ, ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ଲୋକ ପ୍ରତିନିଧିମାନେ ବି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ର ସରକାର ଆଇନ କରିଛନ୍ତି। ସେହି ଢାଞ୍ଚାରେ ଓଡିଶା ସରକାର ଏକ ଆଇନ ଆଣିବାର ଆବଶ୍ୟକତା ରହିଛି। ମୋତେ ସାମ୍ବାଦିକ ମାନେ ଭେଟି ଏନେଇ ଆଲୋଚନା କରିଛନ୍ତି।
ଉତ୍ତର ରଖି ପ୍ରଫୁଲ୍ଲ ସାମଲ କହିଛନ୍ତି, ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି। ଏ ପର୍ଯ୍ୟନ୍ତ ସାମ୍ବାଦିକ ଚି଼ହ୍ନଟ କରାଯାଇପାରିନାହିଁ। ଶ୍ରମ ଓ ସୂଚନା ଓ ଲୋକ ସମ୍ପର୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକ ଚି଼ହ୍ନଟ କରିବା ଦରକାର। ସାମ୍ବାଦିକଙ୍କୁ ସୁରକ୍ଷା ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବା ଦରକାର। ବାଚସ୍ପତି ମଧ୍ୟ ନିଜେ ଜଣେ ସାମ୍ବାଦିକ। ତେଣୁ ସାମ୍ବାଦିକଙ୍କ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଦରକାର ବୋଲି କହିଛନ୍ତି।
ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ସେ ଦୁର୍ବ୍ୟବହାର କରିଥିଲେ।ଅନୁଭବ ମହାନ୍ତିଙ୍କ ବ୍ୟବହାର ବିରୋଧରେ ରାସ୍ତାକୁ ଓହ୍ଲାଇଛି କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସଂଘ। ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

Comments are closed.