Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ଏୟାର ଇଣ୍ଡିଆର ବିମାନ ସେବା। ଏହି ବିମାନ ଚଳାଚଳ ସେବା ଆସନ୍ତା ଜାନୁଆରି ୨୦ରୁ ଆରମ୍ଭ ହେବ ଏବଂ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ଏୟାର ଇଣ୍ଡିଆର ବରିଷ୍ଠ ଏଜିଏମ୍‌(ମାର୍କେଟିଂ ପ୍ଲାନିଂ ଆଣ୍ଡ ସିଡ୍ୟୁଲସ୍‌) ମୋନିକା ଠୁକରାଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୋମବାର ଓ ଗୁରୁବାର ସକାଳ ୬ଟା ୧୦ରେ ବିମାନଟି ବେଙ୍ଗାଲୁରୁ ଛାଡ଼ି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବ। ୮ଟା ୪୦ରେ ଉକ୍ତ ବିମାନ ଭୁବନେଶ୍ୱରରୁ ସୁରତ ଅଭିମୁଖେ ଯାତ୍ରା କରି ୧୦ଟା ୪୦ରେ ପହଞ୍ଚିବ। ପୂର୍ବାହ୍ନ ୧୧ଟା ୧୦ରେ ଏହା ସୁରତ ଛାଡ଼ି ଅପରାହ୍‌ଣ ୧ଟା ୧୦ରେ ବେଙ୍ଗାଲୁରୁରେ ପହଞ୍ଚିବ। ସେହିପରି ଶୁକ୍ରବାର ଓ ରବିବାର ସକାଳ ୬ଟା ୧୦ରେ ବିମାନ ବେଙ୍ଗାଲୁରୁରୁ ସୁରତ ଅଭିମୁଖେ ଯାତ୍ରା କରି ୮ଟାରେ ପହଞ୍ଚିବ। ୮ଟା ୩୦ରେ ବିମାନଟି ସୁରତ ଛାଡ଼ିବ ଓ ୧୦ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ୧୧ଟା୧୦ରେ ଭୁବନେଶ୍ୱର ଛାଡ଼ି ଅପରାହ୍‌ଣ ୧ଟା ୩୦ରେ ବେଙ୍ଗାଲୁରୁରେ ପହଞ୍ଚିବ।

Comments are closed.