Odisha Link
Bridging the Missing Links in Odisha

ଆମେରିକାରେ ‘ଛବିରାଣୀ’

ଭୁବନେଶ୍ଵର: ୮୦ ଦଶକରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ୍‍ ସହରରେ ପ୍ରଦର୍ଶିତ ହେବା ସହ ସାଉଁଟିଛି ଅନେକ ପ୍ରଶଂସା । ବାସ୍ତବଧର୍ମୀ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଶା ସୋସାଇଟି ଅଫ୍‍ ନ୍ୟୁ ଇଂଲଣ୍ଡ ଜରିଆରେ ସେଠାରେ ପ୍ରଦର୍ଶିତ ହୋଇଥିବା ନିର୍ଦ୍ଦେଶକ ବବି ଇସଲାମ କହିଛନ୍ତି। ବୋଷ୍ଟନ୍‍ ତଥା ଏହାର ଆଖପାଖ ସହରରେ ରହୁଥିବା ଓଡ଼ିଆମାନେ ଏପରି ଏକ ମୌଳିକ କାହାଣୀଧର୍ମୀ ଚଳଚ୍ଚିତ୍ର ଦେଖି ଅଭିଭୂତ ହୋଇଛନ୍ତି।

ଏସ୍‍ଏସ୍‍ ଫିଲ୍ମ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନାରେ ବୀରେନ ମହାପାତ୍ର, ବୁଦ୍ଧଦେବ ସାହୁ ଓ ବବି ଇସ୍‍ଲାମ ଥିବାବେଳେ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ହୃଦାନନ୍ଦ ସାହୁ। ପ୍ରେମ୍‍ ଆନନ୍ଦ ସ୍ୱର ସଂଯୋଜନା କରିଥିବାବେଳେ ବିଭିନ୍ନ ଭୂମିକାରେ ଅମର ପରାଶର, ଚନ୍ଦ୍ରାଣି ଦାସ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ସରୋଜ ଦାଶ, ବାବୁ ପ୍ରଧାନ, ଶକ୍ତି ବରାଳ, ସନ୍ଦୀପ ପାଣି, ଉଷସୀ ମିଶ୍ର, ମିଟୁ ମିଥୁନ୍‍, ମୁନା ମୋଦି, ରବି ମିଶ୍ର, ରକ୍‍ ପାତ୍ର, ଏନ୍‍. ନୀଳାଦ୍ରି ରାଓ, ବାବୁଲିଧର, ଦିଲୀପ ମହାନ୍ତି, ସନ୍ତୋଷ ଓ ରିୟା ଅଭିନୟ କରିଛନ୍ତି।

Comments are closed.