Odisha Link
Bridging the Missing Links in Odisha

ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ

ବାଲେଶ୍ବର: ନିଜର ଦାବି ନେଇ ରାତି ସାରା ଧାରଣାରେ ବସିଲେ ଛାତ୍ରଛାତ୍ରୀ। ବାଲେଶ୍ବର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଫକୀର ମୋହନ ବିଶ୍ବ ବଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି।
ମିଳିଥିବା ସୂଚନା ଅନୁସାରେ ବି.ଏଡ ଆଉ ଏମ.ଏଡ ପିଲାମାନେ ଶିକ୍ଷକ ନିଯୁକ୍ତି ପରୀକ୍ଷାରୁ ବଂଚିତ ହେଉଛନ୍ତି। ଏହି ଦୁଇ ବିଭାଗରେ ପଢୁଥିବା ଛାତ୍ର ଛାତ୍ରୀ ଓଟିଇଟି, ସିଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ ପାରୁ ନାହାନ୍ତି, ଏନେଇ ସେମାନେ ବାରମ୍ବାର ଦାବି କରୁଥିଲେ ବି କିଛି ସୁଫଳ ମିଳୁନାହିଁ। ସେଥିପାଇଁ ଶହେରୁ ଅଧିକ ଛାତ୍ର ଛାତ୍ରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଏପରିକି ରାତି ସାରା ଶୀତ କାକରରେ ବସି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଛନ୍ତି।

Comments are closed.