Odisha Link
Bridging the Missing Links in Odisha

ଅଗ୍ନି-୩ର ସଫଳ ପରୀକ୍ଷଣ

ଭୁବନେଶ୍ବର: ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ସମ୍ବନିତ ପରୀକ୍ଷଣ ଘାଟିରୁ ପରମାଣୁ ସଂପନ୍ନ ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରଥମ ଥର ପାଇଁ ସନ୍ଧ୍ୟା ସମୟ ୭ଟା ୧୭ ମିନିଟରେ ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି-୩ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂଗଠନ(ଡିଆରଡିଓ) ସହଯୋଗରେ ପରୀକ୍ଷଣ କରାଯାଇଛି।

ଥମ ଥର ପାଇଁ ଦେଶର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଗ୍ନି-୩ର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ(ଡିଆରଡିଓ) ଦ୍ୱାରା ବିକଶିତ ଅଣୁ ଅସ୍ତ୍ରବହନ କରିପାରୁଥିବା ଅଗ୍ନି-୩ ଇତି ମଧ୍ୟରେ ଭାରତୀୟ ସେନାରେ ସାମିଲ ହୋଇସାରିଛି।

ପ୍ରାୟ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି। ଅର୍ଥାତ ଅଗ୍ନି-୩ର ଲକ୍ଷ୍ୟଭେଦ ପରିଧି ଭିତରେ ପାକିସ୍ତାନର ସବୁ ଅଞ୍ଚଳ ଓ ଚୀନର ଅଧିକାଂଶ ଅଂଚଳ ଆସୁଛି। ପୂର୍ବରୁ ଅଗ୍ନି-୩ର ଅନେକ ଥର ପରୀକ୍ଷା କରାଯାଇଥିଲେ ମଧ୍ୟ ଏଥରର ପରୀକ୍ଷଣ କିଛିଟା ସ୍ୱତନ୍ତ୍ର।

କାରଣ ପ୍ରଥମ ଥର ପାଇଁ ଏହି କ୍ଷେପଣାସ୍ତ୍ରର ପରୀକ୍ଷା ରାତିରେ ହୋଇଥିଲେ ମଧ୍ୟ ଏହା ସଠିକଭାବେ ନିଜର ଲକ୍ଷ୍ୟ ଭେଦ କରିଥିଲା। ଏହି କ୍ଷେପଣାସ୍ତ୍ରରେ ହାଇ ଏନର୍ଜି ସଲିଡ ପ୍ରୋପେଲାଣ୍ଟ କମ୍ପୋଜାଇଟ ରକେଟ ମୋଟର ଇଂଜିନ ଲାଗିଛି।

Comments are closed.